ରାଜନୀତି ମୃଦୁଳା ଠାକୁରଙ୍କ ମା’ବାୟାଣୀ ଦର୍ଶନ Angul OnlineApril 11, 2024April 11, 2024 ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପdaaର ଅଧିଷ୍ଠାତ୍ରୀ ଦେବୀ ମା’ବାୟାଣୀଙ୍କର ବାର୍ଷିକ ପୂଜାରେ ସମ୍ବଲପୁର ସାଂସଦ praarthii ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ , ବିକାଶ ଫାଉଣ୍ଡେସନର ଅଧକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇ ମା’ଙ୍କର ଦର୍ଶନ କରିବା ସହିତ ଆଶ୍ରିବାଦ ଭିକ୍ଷା କରିଛନ୍ତି । ଅପରାହ୍ନ ପ୍ରାୟ ୩ଟା ବେଳେ ମୃଦୁଳା ଠାକୁର ପାତ୍ରପଡା ମାଙ୍କ ପୀଠ ସ୍ଥଳରେ ପହଂଚି ଥିଲେ lସେ ଠାରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହା ପରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ଅଗସ୍ତି ବେହେରା ଓ ଶ୍ରୀମତୀ ଠାକୁର ମା’ଙ୍କର ଦର୍ଶନ କରିଥିଲେ । ଏହି ଅବସରରେ ସେ ମନ୍ଦିରର ବୁଲି ଦେଖିବା ସହିତ ବହୁ ଦୂରଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ଜନସାଧାରଣ ସହିତ ଆଲୋଚନା କରିଥିଲେ l ଶ୍ରୀମତୀ ପ୍ରଧାନଙ୍କ ଏହି ଗସ୍ତ ବେଳେ ଜିଲ୍ଲାପରିଷଦ ଯଶୋବନ୍ତ ପ୍ରସାଦ ବେହେରା,ବାଗଡିଆ ମଣ୍ଡଳ ସଭାପତି ମନୋରଞ୍ଜନ ଆଚାର୍ଯ୍ୟ, ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ, ଜରପଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ପାତ୍ରପଡା ସମିତିସଭ୍ୟ ଦୀପକ କୁମାର ସାହୁ, ପଞ୍ଚଯାତ ସଭାପତି ଯୁଗଳ କିଶୋର ସାହୁ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଆଇଟି କୋଡିନେଟର ଅକ୍ଷୟପାଦ ବେହେରା, ଜରପଡା ମଣ୍ଡଳ ଯୁବ ମୋର୍ଚ୍ଚ ସଭାପତି ସୁଜିତ କୁମାର ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । Advertisement
ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ…
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ…