ତାଳଚେର ଯୁବକଙ୍କ ମୃତଦେହ ବ୍ରହ୍ମପୁରରୁ ଉଦ୍ଧାର

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଗଞ୍ଜାମର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ସମ୍ବିତ ସାହୁ ଏକ ମଦ କମ୍ପାନୀର ସେଲସ ଏକ୍ଜ୍ଯୁକେଟିଭ ଭାବେ କାମ କରୁଥିବା ଜଣା ପଡିଛି । ସମ୍ବିତ ତାଳଚେର ୨୧ ନମ୍ବର ଜୋନ୍ ଜିଲ୍ଲାପରିଷଦ ଶ୍ରୀମତୀ ସତ୍ୟଭାମା ସାହୁଙ୍କ ର ଏକମାତ୍ର ପୁଅ । ସେ ଗତ କିଛି ବର୍ଷ ହେଲା ବ୍ରାହ୍ମପୁରରେ ଚାକିରି କରୁଥିଲେ । ତେବେ ଚାକିରିରେ ଅତ୍ୟଧିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ଶୁଣିବାକୁ ମିଳୁଛି। ପୁଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media