ମୁଖ୍ୟ ଖବର ଦୁର୍ଘଟଣାଗ୍ରସ୍ତ ହାଇୱା ସହ ବସ ଧକ୍କା – ଡ୍ରାଇଭର ମୃତ Angul OnlineApril 16, 2024April 16, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱା ଗାଡିକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଡ଼ଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ ପୁରୀ ଅଭିମୁଖେ ପ୍ରାୟ ୩୦ ଯାତ୍ରୀଙ୍କୁ ଯାଉଥିଲା । ତେବେ ଜାତୀୟ ରାଜପଥ ୫୫ ର ଜରପଡ଼ା ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ ଗାଡି ସହ ଭୋର ପ୍ରାୟ ୪ ଟା ବେଳେ ବସ ଟି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଗାଡି ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସ୍ଥାନୀୟ ଲୋକ ଓ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ…