ଆଖୁ ଖାଇବାକୁ ଆସି ହାତୀ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ । ବନ୍ତଳା ବନାଞ୍ଚଳ ବନ୍ଦାଣପଶି ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗାଁରେ ଥିବା ଆଖୁ କିଆରୀକୁ ଆଖୁ ଖାଇବା ପାଇଁ ଗୋଟିଏ ଦନ୍ତା ହାତୀ ଆସିଥିବା ବେଳେ ଆଖୁ ବିଲରେ ମାଲିକ ବିଦ୍ୟୁତ ସଂଯୋଗ କରିଥିଲେ। ଯାହା ଫଳରେ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେଣୁ ଘଟଣା ସ୍ଥଳରେ ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media