ମୁଖ୍ୟ ଖବର ଦୁର୍ଘଟଣାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ – ଅଳ୍ପକେ ବର୍ତ୍ତିଲେ ଦୁଇ ଝିଅ Angul OnlineApril 20, 2024April 20, 2024 ଅନୁଗୁଳ – ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଦୁଇଝିଅ । ମୋଟରସାଇକେଲକୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ ଆରୋହୀ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀ ମନୋରମା ବେହେରାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ମିଟୁ ବେହେରା ନିଜ ସ୍ତ୍ରୀ ମନୋରମା ବେହେରା ଓ ୨ ଝିଅ ସହ ମୋଟରସାଇକେଲ ଯୋଗେ ଆଠମଲ୍ଲିକରୁ ନିଜ ଘର ବାଉଁଶୁଣି ଥାନା ସଦେଇପୁରକୁ ଫେରୁଥିଲେ । ବୌଦ୍ଧ-କିଆକଟା ମହାନଦୀ ସେତୁ ଉପରେ ସେମାନେ ଛିଡା ହୋଇଥିବା ବେଳେ ଦୁଇ ଝିଅ ଫୁଟପାଥ ଉପରେ ବୁଲି ବୁଲି ନଦୀ ଦେଖୁଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଆମ୍ବୁଲାନ୍ସ ମିଟୁ ଓ ତାଙ୍କ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମନୋରମାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଫୁଟପାଥ ଉପରେ ଥିବା ଯୋଗୁଁ ସୌଭାଗ୍ୟବଶତଃ ଦୁଇ ଝିଅ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଘଟଣା ସ୍ଥଳରେ ପୂଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା…
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ/ତାଳଚେର – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି । ତାଳଚେର ଗୋଡିବନ୍ଧ ଛକ ନିକଟରେ କୋଇଲା ବୋଝେଇ…