ଗୁଳି ମାଡ କରି ଲୁଟ କରୁଥିବା ଡକାୟତ ଗ୍ୟାଙ୍ଗ ଗିରଫ

ଗୁଳି ମାଡ କରି ଲୁଟ କରୁଥିବା ଡକାୟତ ଗ୍ୟାଙ୍ଗ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ବଡ଼କେରା ପେଟ୍ରୋଲ ପମ୍ପ ନିକଟରେ ଆଇ.ଟି.ସି କମ୍ପାନୀର ଜଣେ ଡିଲରଙ୍କୁ ଗୁଳିମାଡ କରି ଟଙ୍କା ଲୁଟ ଉଦ୍ୟମ ହୋଇଥିବା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଘଟଣାରୁ ପ୍ରକାଶ କଞ୍ଜରା ଗ୍ରାମର ରଞ୍ଜନ କୁମାର ସାହୁ ଆଇଟିସି କମ୍ପାନୀରେ ଡିଲର ଭାବରେ କାର୍ଯ୍ୟ କରନ୍ତି l ରଞ୍ଜନ ଗତ ଜୁଲାଇ ୨୨ ତାରିଖରେ ବିଭିନ୍ନ ଜାଗାରୁ ପିକଅପ ଗାଡ଼ିରେ ଅର୍ଡର କଲେକ୍ସନ କରି ସଂଧ୍ୟରେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଏକ କାରରେ ତାଙ୍କୁ ପିଛା କରି ବଡ଼କେରା ପେଟ୍ରୋଲ ପମ୍ପ ନିକଟରେ ରଞ୍ଜନଙ୍କୁ ବନ୍ଧୁକ ଦେଖାଇ ପିକଅପ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ସହିତ ତାଙ୍କ ଉପରକୁ ଗୁଳି ଚାଳାଇଥିଲ । ଯାହାଫଳରେ ଗୁଳି ରଞ୍ଜନଙ୍କ ଦେହରେ ନବାଜୀ ପିକଅପ ଗାଡିର ପଛରେ ବାଜିଥିଲା l ଏହା ଦେଖି ରଞ୍ଜନ ଗାଡିକୁ ଦ୍ରୁତଗତରେ ଚଳାଇ ସେଠାରୁ ପଳାଇ ଆସୁଥିବା ବେଳେ ଏକ ମୋଟର ସାଇକେଲରେ ଦୁଇଜଣ ଯୁବକ ଏକ ମାରଣାସ୍ତ୍ର ଦେଖାଇବା ସହିତ ତାଙ୍କ ଗାଡି ଉପରକୁ ଫୋପାଡ଼ି ଥିଲେ l ସେଠାରୁ ସେ ଦ୍ରୁତ ଗତିରେ ପଳାଇ ଆସି ଜରପଡା ଥାନରେ ଲିଖିତ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗକୁ ଭିତିକରି ଜରପଡା ଥାନା କେସ ନମ୍ବର ୧୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ l ସୂଚନା ଯୋଗ୍ୟ ଯେ କିଛି ମାସ ପୂର୍ବରୁ ମଧ୍ୟ ଦୁର୍ବୁତ୍ତ ମାନେ ରଞ୍ଜନଙ୍କ ଘର ସମ୍ମୁଖରୁ ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ପଳାଇ ଆସିବାରୁ ସେମାନେ ଫେରାର ହୋଇଯାଇଥିଲେ । ଏନେଇ ଜରପଡା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ l ଲୁଟେରା ମାନଙ୍କୁ ଧରିବା ପାଇଁ ଜରପଡା ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ଘଟଣା ସ୍ଥଳରୁ ପୁଲିସ ଡକାୟତ ବେଳେ ବ୍ୟବହୃତ ହୋଇଥିବା ଜେନ ଗାଡିକୁ ଜବତ କରିଥିଲେ l ଉକ୍ତ ଗାଡିକୁ ଦୁର୍ବୁତ୍ତ ମାନେ ସେଠାରୁ ଛାଡି ପଳାଇଯାଇଥିବା ବେଳେ ପୁଲିସ ଗାଡି ନଂକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ହିନ୍ଦୋଳ ଥାନା କେସ ନଂ 196/22/7/24ରେ ଗୁଳି ମାରି ହତ୍ୟା କରାଯଇଥିବା ଘଟଣାରେ ଉକ୍ତ ଡକାୟତ ଦଳ ସମ୍ପୃକ୍ତ ଥିବା ଜାଣିବା ପରେ ପୁଲିସ ହିନ୍ଦୋଳ ଯାଇ ଘଟଣାର ତଦନ୍ତ କରିବା ସହିତ ଏହି ଘଟଣାରେ ସମୃକ୍ତ ଥିବା ଅନୁଗୁଳ ସଦର ଥାନା ସାମୁକୋଇ ଗ୍ରାମର ପାର୍ଥସାରଥୀ ପ୍ରଧାନ, ବନ୍ତଳା ଥାନା ମାଧପୁର ଗ୍ରାମର ନିଗମାନନ୍ଦ ଦେହୁରୀ ଓ ସୁନୀଲ କୁମାର ଦେହୁରୀ ଏବଂ ସଦର ଥାନା ଖଲାରୀ ବିଶ୍ୱାଳ ସାହିର ଅବିନାଶ ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଥିଲା l ଗିରଫ ଯୁବକ ମାନେ ରଞ୍ଜନଙ୍କ ଠାରୁ ଲୁଟ ଘଟଣା ଓ ହିନ୍ଦୋଳ ଥାନା ଅଞ୍ଚଳରେ ହୋଇଥିବା ଗୁଳି କାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସମ୍ପର୍କରେ ପୁଲିସ ଆଗରେ ସ୍ୱୀକାର କରିବା ସହିତ ଆହୁରି ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ନେଇ ପ୍ରକାଶ କରିଥିଲେ l ଗିରଫ ଯୁବକଙ୍କୁ ପଚରାଉଚରା ପରେ ପୁଲିସ କୋର୍ଟ ଚାଲାଣ କରିଛି l ଏହି ଡକାୟତ ଦଳ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ ମାମଲାରେ ଜଡିତ ଥିବା ପୁଲିସ କହିଛି l

What’s your Reaction?
+1
1
+1
0
+1
2
+1
0
+1
15
+1
1
+1
1

Leave a Reply