ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ

ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଆଧାରକରି ପୁଲିସ୍ ଏହାର ତଦନ୍ତ ପରେ ଡେରା ସରପଞ୍ଚ ଶ୍ରୀ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଡେରା ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ସହ କୌଣସି କାରଣରୁ ବଚସାରୁ ମାରପିଟ୍ ଯାଏ କଥା ଯାଇଥିଲା I ଏହି ଗିରଫ ଘଟଣା ପ୍ରଚାରିତ ହେବାପରେ ସରପଞ୍ଚଙ୍କ ସମର୍ଥକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିବା ଦେଖୁବାକୁ ମିଳିଥିଲା ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored