୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ

ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା ବେଳେ ଏହା ପୁଲିସ ପାଇଁ ବଡ ଚ୍ଯାଲେଞ୍ଜ ସୃଷ୍ଟି କରିଥିଲା । ଶେଷରେ ପୁଲିସ ଏକ ମୋଟରସାଇକେଲ ଚୋର ଗ୍ଯାଙ୍ଗକୁ ଧରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬ ଟି ଚୋରା ମୋଟରସାଇକେଲ ଜବତ କରିଛି ।  ସୁଚନା ଅନୁସାରେ ଅନଗୁଳ ସଦର ଥାନା ଅଧିନସ୍ଥ ଅଙ୍ଗରବନ୍ଧ ଗ୍ରାମର ଭୁବନ ନାହର ଯିଏ କି Industrial Estate ରେ ଥିବା ଶଙ୍କୁତଳା ଆଲୁମିନିଅମ ପ୍ୟାକ୍ଟରୀରେ ଲେବର ଭାବେ କାର୍ଯ୍ଯ କରନ୍ତି , ଅଭିଯୋଗ କରିଥିଲେ କି ଗତ ୧୯.୦୩.୨୦୨୪ ତାରିଖରେ ସେ ତାଙ୍କ Hero Honda Splender Plus ମୋଟର ସାଇକେଲ ଯାହାର (OR-19-N-4086) କୁ ଫ୍ୟାକ୍ଟରୀ ସାମ୍ନାରେ ରଖି କାମ କରିବା ଲାଗି ପ୍ୟାକ୍ଟରୀ ଭିତରକୁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୦୫.୩୦ ମିନିଟ ସମୟରେ କାମ ସାରି ଫ୍ୟାକ୍ଟରୀ ବାହାରକୁ ଆସି ତାଙ୍କର ମୋଟର ସାଇକେଲ ରଖିଥ‌ିବା ସ୍ଥାନରେ ମୋଟରସାଇକେଲ ନଥିବା ଦେଖି ବହୁତ ଖୋଜା ଖୋଜି କରି ସନ୍ଧାନ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ସେହିଭଳି ଅନଗୁଳ ସଦର ଥାନା ଅଧିନସ୍ଥ ଚଣାମୁଣ୍ଡା ନୂଆସାହି ଗ୍ରାମର ଟୀଭୂ ଭୁଡିଆ ଅଭିଯୋଗ କରିଥିଲେ କି ଗତ ୧୧.୦୩.୨୦୨୪ ରଖ ସିଏ ତାଙ୍କ Passion Pro ମୋଟର ସାଇକେଲ ଯାହାର ( OD-19-F-1026) ରେ ସିଏ ତାଙ୍କ ମାମୁଁ ଭରତ ପରିଡାଙ୍କ ଘରକୁ ଜରୁରୀ କାମରେ ଆସିଥିଲେ । ତାଙ୍କ ଘର ସାମ୍ନା ରାସ୍ତା କଡରେ ତାଙ୍କ ମୋଟରସାଇକେଲକୁ ରଖିଦେଇ ଘର ଭିତରକୁ ଯାଇଥିଲେ । କିଛି ସମୟ ପରେ ତାଙ୍କ ମାମୁଁଙ୍କ ଘରୁ ବାହାରକୁ ଆସି ମୋଟରସାଇକେଲ ଚୋରି ହୋଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଟିମ ତଦନ୍ତ କରି ଚୋରି ଅଭିଯୋଗ ହୋଇଥିବା ଦୁଇ ମୋଟରସାଇକେଲ ସମେତ ଆଉ ୪ ଟି ମୋଟରସାଇକେଲ ଜବତ କରିବା ସହ ଏହି ଚୋରିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହୁଲୁରିସିଂହାର ଟୁଟୁ ନାୟକ , ରାଜ କିଶୋର ଭୋଇ , ସୁକାନ୍ତ ଭୋଇ ,  ବିକ୍ରମପୁର ଥାନା କର୍ଣ୍ଣପୁର ଗାଁର ବରୁଣ ବାରିକ , ଜରପଡା ଥାନା ସାନହିଂସର ଗାଁର ଜିତେନ୍ଦ୍ର ପ୍ରଧାନ , ନିଶା ଥାନା ଝିଣ୍ଟିପାଳ ଗାଁର ନିରାକାର ଜେନା , ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳର ଟୁକୁନା ମଲ୍ଲିକ । .

New Doc 03-26-2024 21.31

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored