ଅନୁଗୁଳ – ଅନୁଗୁଳରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ପାଇଁ ଅନୁଗୁଳ ସହର ବେଶ ଚଳଚଞ୍ଚଳ ରହିବ । ଏହି ସମୟରେ କିଛି ଅସମାଜିକଙ୍କ ଦୌରାତ୍ମ ମଧ୍ୟ ବଢିବାର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରାଖୀ ଅନୁଗୁଳ ପୁଲିସ ଆରମ୍ଭ କରିଛି ମୋଟରସାଇକେଲ ପେଟ୍ରୋଲିଂ ବ୍ୟବସ୍ଥା । ଚାରୋଟି ମୋଟରସାଇକେଲରେ କନେଷ୍ଟବଳ ଓ ଚାରୋଟି ସ୍କୁଟିରେ ମହିଳା କନେଷ୍ଟବଳ ଏଥିପାଇଁ ସଜାଗ ରହିବେ । ସେମାନେ ଏଥିପାଇଁ ସ୍ଵତନ୍ତ୍ର ତାଲିମ ନେଇଥିବା ବେଳେ ସହରର ଗଳିକନ୍ଦି ବୁଲି ଅସମାଜିକ କାର୍ଯ୍ୟ ଉପରେ ନଜର ରଖିବେ । ଏହି ସମୟରେ ସେମାନଙ୍କ ହାତରେ ସ୍ଵତନ୍ତ୍ର ଝିଲମିଲ ଆଲୁଅ ସାଙ୍ଗକୁ ୱାକିଟକି ରହିଥିବ । ସ୍କୁଟିରେ ଥିବା ମହିଳା କନେଷ୍ଟବଳ ତଥା ଶକ୍ତି ବାହିନୀ ମାନେ ମୁଖ୍ଯତଃ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ନଜର ରଖିବେ । ସେମାନେ ମଧ୍ୟ ଏହି ସ୍ଵତନ୍ତ୍ର ଯନ୍ତ୍ରାଂଶ ସାଙ୍ଗକୁ ହତିଆର ବ୍ୟବହାର କରିବେ । ଆଜି ଏହହଳି କାର୍ଯ୍ୟକ୍ରମକୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି. ସତ୍ୟବ୍ରତ ଭୋଇ ଉଦଘାଟନ କରିଥିଲେ । ଏହି ସମୟରେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ବେଳେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପକ୍ଷରୁ ମୋବାଇଲ ହଜିଲେ କିମ୍ବା ଚୋରୀ ହୋଇଗଲେ ସିଧାସଳଖ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ ନମ୍ବର ( +91-9937504888) ଜାରି କରା ଯାଇଛି । ପ୍ରତ୍ଯକ୍ଷ ଭାବେ ଥାନାକୁ ନଯାଇ ତୁରନ୍ତ ଏହି ନମ୍ବର କିମ୍ବା ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ କରିବାକୁ ଲୋକ ମାନଙ୍କୁ ପୁଲିସ ପକ୍ଷରୁ କୁହା ଯାଇଛି ।
What’s your Reaction?
+1
+1
+1
+1
+1
19
+1
2
+1
1