ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ ମା’ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜରପଡା ଥାନା ତୁକୁଡ଼ା ଗାଁର ବିପିନ ସାହୁଙ୍କ ସ୍ତ୍ରୀ ରିଙ୍କି ପ୍ରଧାନ ପ୍ରସବ ବେଦନା ଅନୁଭବ କରିବା ପରେ ତାଙ୍କୁ ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଗତ ୧୯ ତାରିଖ ଦିନ ସେଠାରେ ତାଙ୍କର ଅସ୍ତ୍ରୋପଚାର କରିବା ପରେ ଯାଆଁଳା ଶିଶୁ ପୁତ୍ର ଜନ୍ମ ହୋଇଥିଲେ । କିନ୍ତୁ ଅସ୍ତ୍ରୋପଚାର ପରେ ରିଙ୍କିଙ୍କ ଚେତା ଫେରି ନଥିଲା । ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଏହା ଦେଖିବା ପରେ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଅନୁଗୁଳ ସ୍ଥାନାନ୍ତର କରି ଦେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତୃହରା ଦୁଇ ଶିଶୁ ପୁତ୍ର ଏସଏନସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ଉକ୍ତ ଘରୋଇ ଡାକ୍ତରଖାନାରେ ଜଣେ ଅଣଓଡ଼ିଆ ଡାକ୍ତର ରହିଥିବା ବେଳେ ସେ ନିଜେ ନିଶ୍ଚେତକ ଓ ଅସ୍ତ୍ରୋପଚାର କାମ ଉଭୟ କରୁଥିବା ଅଭିଯୋଗ ଆସିଛି । ଆଉ ଉକ୍ତ ଡାକ୍ତରଙ୍କ ଦାୟିତ୍ବହୀନତା ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣା ପଡିବ ବୋଲି ସାଧାରଣରେ ଦାବି ହେଉଛି ।

What’s your Reaction?
+1
0
+1
0
+1
0
+1
1
+1
10
+1
0
+1
2

Share:

Share on facebook
Share on twitter
Share on whatsapp
Share on telegram

Sponsored