ଅନୁଗୁଳରେ ମଧ୍ୟ ମହା ଶିବରାତ୍ରୀରୁ ‘ତାଣ୍ଡବ’

ଅନୁଗୁଳରେ ମଧ୍ୟ ମହା ଶିବରାତ୍ରୀରୁ ‘ତାଣ୍ଡବ’

କଟକ – ମହାଦେବ ଫିଲ୍ମ ହୋମ ପ୍ରଡକ୍ସନ୍ ପ୍ରଯୋଜିତ  ଓଡିଆ ଚଳଚ୍ଚିତ୍ର ‘ତାଣ୍ଡବ’ ଏଇ  ମହା ଶିବରାତ୍ରୀରେ (ମାର୍ଚ୍ଚ ୧୧) ରିଲିଜ୍ ହେବା ପାଇଁ ସ୍ଥିର ହୋଇଛି । ଅନୁଗୁଳ ଜିଲ୍ଲାର କାଣ୍ଡସର ସ୍ଥିତ  ସିନେପ୍ଲେକ୍ସରେ ମଧ୍ୟ ଏହି ଚଳଚିତ୍ର ତିନୋଟି ସୋ ରେ ଚାଲିବ ବୋଲି ଜଣା ପଡିଛି । ଦେବାଶିଷ ପତି, ଅନିଶା ଶର୍ମା , ଚନ୍ଦ୍ରାଣି, ମନୋଜ ମିଶ୍ର,  ଅଶ୍ୱିନୀ, ବାବୁ ପ୍ରଧାନ, ଅମରେଶ  ଆଦି  ଅଭିନୟ କରିଥିବା ଏହି ଚଳଚ୍ଚିତ୍ରଟିକୁ ପୃଥ୍ୱୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ଏବଂ ସନ୍ଦୀପ ସାହୁଙ୍କ ଦ୍ୱାରା ପ୍ରଯୋଜିତ  ହୋଇଛି  ।  ରବୀନ୍ଦ୍ର ବେହେରା କ୍ୟାମେରା ଏବଂ ଅଗ୍ନିରାଜ କିଶୋର ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି ।  ଏହି ସଂଳାପ ଗୁଡ଼ିକ ରେଡ୍ ସାଗା ଦେଇଛନ୍ତି । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଅନୁପ, ନାବସ୍ ଏବଂ ସରୋଜ ଦେଇଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରର ଟ୍ରେଲର୍ ଚଳଚ୍ଚିତ୍ର ପ୍ରେମୀଙ୍କ ଦ୍ୱାରା ବେଶ ଆଦୃତ ହୋଇଛି ଏବଂ ୟୁଟ୍ୟୁବରେ ୧.୫ ଲକ୍ଷରୁ ଅଧିକ ଲାଇକ୍ ଆୟ କରିଛି ।  ଆକ୍ସନ୍ ପ୍ୟାକ୍ ଏହି ଫିଲ୍ମରେ ମିହିର ଦାସ ଏବଂ ପୁଷ୍ପା ପଣ୍ଡା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଦେବାଶିଷ ତାଙ୍କର ‘ଓଲିଉଡ୍ ଡେବ୍ୟୁ’ ଟିକେ ଖରା ଟିକେ ଛାଇ ଚଳଚିତ୍ରରେ  କରିଥିଲେ । ଓଡିଆ ଚଳଚ୍ଚିତ୍ର ପ୍ରଶଂସକମାନେ ଉତ୍ସାହର ସହିତ ‘ତାଣ୍ଡବ’ ରିଲିଜକୁ ଅପେକ୍ଷା କରିଛନ୍ତି ।

ଭିଡିଓ ମହାଦେବ ଫିଲ୍ମ ହୋମ ପ୍ରଡକ୍ସନ୍ ସୌଜନ୍ୟରୁ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Leave a Reply