କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର

ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ ବେଳେ କପିଳ ଶର୍ମାଙ୍କ ସହ ପରିବାରର ଏକ ତୈଳଚିତ୍ର ଉପହାର ଦେଇଛନ୍ତି । କୁବେର ଫେବୃଆରୀ ୧୮ ତାରିଖ ମୁମ୍ବାଇରେ କପିଳ ଶର୍ମା ଶୋ କାର୍ଯ୍ୟକ୍ରମ ବେଳେ ଭେଟିଥିବା ବେଳେ ଏହା ତାଙ୍କ ଜୀବନର ସର୍ବୋତ୍ତମ ସ୍ମରଣୀୟ ଦିନ ବୋଲି କୁବେର କହିଛନ୍ତି । କାରଣ ମୁଁ କପିଲଙ୍କ ସହ କପିଲ ଶର୍ମା ଶୋ ରେ ରହି ତାଙ୍କୁ ତାଙ୍କ ହାତରେ ତିଆରି ପେଣ୍ଟିଂ ଉପହାର ଦେବା ପରେ କପିଳ ଶର୍ମା ପେଣ୍ଟିଂ ପେଣ୍ଟିଂ ପାଇଁ ପ୍ରଶଂସା କରିଥିବା କୁବେର କହିଛନ୍ତି । କୁବେରଙ୍କ ଘର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ।

What’s your Reaction?
+1
0
+1
0
+1
0
+1
0
+1
7
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored