ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅନୁଗୁଳ – ଅନୁଗୁଳ ଜିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଗଜ ଉତ୍ସବ ନାମକ ଏକ କର୍ମଶାଳା ଆୟୋଜନ ହୋଇଥିଲା । ପ୍ରକୃତି ପରିବେଶ ଓ ବନ୍ୟଜୀଵନ ସମିତି, ଭାରତୀୟ ବନ୍ୟଜୀଵ ଟ୍ରଷ୍ଟ ଏବଂ ବନ ବିଭାଗ ର ମିଳିତ ପ୍ରଚେଷ୍ଟାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ପ୍ରାରମ୍ଭରେ ଗଜ ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରତୀୟ ବନ୍ୟଜୀଵ ଟ୍ରଷ୍ଟର ଅରବିନ୍ଦ ସାମଲ ବିସ୍ତୃତ ଭାବେ ବର୍ଣନା କରିଥିଲେ । ହାତୀ ସମେତ ବନ୍ୟଜନ୍ତୁ ଙ୍କର ସୁରକ୍ଷା ଓ ପରିଚାଳନା ଏକ ସକାରାତ୍ମକ ମୂଳକ ସହଯୋଗ ଭିତିରେ ହେବା ଆବଶ୍ୟକ। ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଙ୍ଗଲ, ବନ୍ୟଜନ୍ତୁ, ଜୈବବିବିଧତା ସୁରକ୍ଷା ଏକ ବୈଷୟକ, ବିଜ୍ଞାନ ସମ୍ମତ ଏବଂ ଆଇନ ଆଧାରିତ ପ୍ରସଙ୍ଗ ହୋଇଥିବାରୁ ଖବରକାଗଜରେ ସଠିକ ଖବର ପ୍ରକାଶିତ ହେବା ଏକାନ୍ତ ଆବଶ୍ୟକ ବୋଲି କର୍ମଶାଳା ରେ ଆଲୋଚନା ହୋଇଛି । ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ସମୟରେ ସଂରକ୍ଷଣ ରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମ ଓ ଅପରାଧିକ ଘଟଣାର ସଠିକ ସୂଚନା ଖବରଦାତା ମାନଙ୍କୁ ଜଣାଇବା ଆବଶ୍ୟକ। ଅନୁରୂପ ଭାବରେ ସଠିକ ଏବଂ ଠୋସ ସୂଚନା ନ ପାଇ ତରବରିଆ ଭାବରେ ଖବର ପ୍ରକାଶ କରିବା ଦ୍ଵାରା ବେଳେ ବେଳେ ସଂରକ୍ଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା କର୍ମଶାଳା ରେ ଆଲୋଚନା ହୋଇଥିଲା । ଢେଙ୍କାନାଳ ବନଖଣ୍ଡ ପରେ ଅନୁଗୋଳ ବନଖଣ୍ଡକୁ ଗଜ ଉତ୍ସବ ରେ ଗଜ ଦଣ୍ଡ ହସ୍ତାନ୍ତର କରାଯାଇଥିଲା । ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଗଜ ଦଣ୍ଡକୁ ଗ୍ରହଣ କରିବା ସହିତ ଖବରଦାତା ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ରହିବ ଦିଗରେ ଉପସ୍ଥାପନ କରିଥିଲେ। ହାତୀ ଓ ବନ୍ୟଜୀବ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଭୂମିକା ଗୁରୁତ୍ୱପୂର୍ଣ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶାନ୍ତନୁ ସର, ପୂର୍ବତନ ବନ ଅଫିସର ଡା. ଅରୁଣ କୁମାର ମିଶ୍ର, ଭାରତୀୟ ବନ୍ୟଜୀଵ ଟ୍ରଷ୍ଟ ର ଜୀଵ ବିଜ୍ଞାନୀ ସୁବ୍ରତ କୁମାର ବେହେରା, ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ର ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ହାତୀ ସମେତ ବନ୍ୟଜୀବ ମାନଙ୍କ ର ବ୍ୟବହାରିକ ଓ ସାମାଜିକ ଚଳଣି, ଖାଦ୍ୟ, ପାନୀୟ, ବାସସ୍ଥଳୀ ଏବଂ ସେମାନଙ୍କ ପ୍ରତି ଥିବା ଚ୍ୟାଲେଞ୍ଜ ସମ୍ପର୍କ ରେ ଉପସ୍ଥାପନା କରିଥିଲେ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply