କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ

ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ୍, ଅନୁଗୁଳ ତହସିଲଦାର ବିମଳ ଲେଙ୍କା , ବରିଷ୍ଠ କେନ୍ଦେରା ବାଦକ ତ୍ରିପୁର ଜେନା ଏବଂ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଗୌରବମୟ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସଦସ୍ୟ ମାନଙ୍କ ଦ୍ବାରା ଅନୁଷ୍ଠିତ ବୋଇତ ବନ୍ଦାଣ ନୃତ୍ୟ ନାଟିକା ଦର୍ଶକଙ୍କ ମନରେ ନୌବାଣିଜ୍ୟ ଇତିହାସର ଗାଥାକୁ ପୁନର୍ଜୀବିତ କରିଥିଲା ପରେ ପରେ କେନ୍ଦେରା ବାଦକ ତ୍ରିପୁର ଜେନା ଓ ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କୁ କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ନୃତ୍ୟ ନୀଳୟ ଓ ନୃତ୍ୟାୟନୀ ପକ୍ଷରୁ ଲୋକନୃତ୍ୟ ଓ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ମଜାଳିଆ କଥାରେ ପ୍ରେଖ୍ୟାଳୟ ରେ ହସର ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ପରେ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ବାରା ନାଟ୍ୟକାର ନବଦୀପ୍ ମହାଳିକଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ପରିବର୍ତ୍ତନ ‘ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଓଡ଼ିଶାର ଦିବଂଗତ କଳାକାର ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈରାଗୀ ମଲିକ ଓ ପ୍ରତ୍ୟୁଷା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସଭାପତି ଦେବବ୍ରତ ପଟ୍ଟନାୟକ , ସହ ସଂପାଦକ ପ୍ରଶାନ୍ତ ରଥ,ଅନିତା ସିଂ ଦେଓ, ସନ୍ତୋଷ ନାୟକ,ଅଜୟ ସାହୁ,ରୁଚିର ବରାଳ, ପ୍ରଫୁଲ୍ଲ ଦାସ, ନିର୍ମଳ ସାହୁ, ଜୟନ୍ତ କୁମାର କର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଉପସଭାପତି ବୀରେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored