ଅପରାଧ ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ Angul OnlineNovember 11, 2024November 11, 2024 ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜକୁ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରନ୍ତି। ଆଜି ଦିନ ବାରଟା ବେଳେ ପ୍ରଗତିନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏପରିକି ତ୍ରିନାଥଙ୍କ ଦୋକାନ ସମୀର ଭାଙ୍ଗି ଦେଇଥିଲା । ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପଟେ ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିବା ବେଳେ ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। Advertisement
ହାତୀ ଦାନ୍ତ ଜବତ – ଦୁଇ ବେପାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ପଞ୍ଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ବନ ବିଭାଗ ଗିରଫ କରିଥିବା…
ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ…
ନବଜାତକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ…