ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ ମାର୍ଚ୍ଚ ୧୧ ତାରିଖରେ ଏକ ବାଲ୍ୟ ବିବାହ ହେବକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲ୍ଡ ଲାଇନର ଟିମ୍ ମେମ୍ବର ଅଭିଷେକ ମହାପାତ୍ର , ରଶ୍ମିତା ପ୍ରଧାନ , କିଶୋରନଗର ବ୍ଲକର ସିଡିପିଓ ଶ୍ରୀମତୀ ସୁବାଶିନି ମହାଳିକ , ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ସାହୁ , ହଣ୍ଡପା  ପୁଲିସ ଗାଁରେ ଯାଇ ପହଞ୍ଚି ଥିଲେ । ଝିଅର ବୟସ ୧୬ ହୋଇ ଥିବାରୁ ତାହାର ବିବାହ ଆଇନ ସମ୍ମତ ନୁହେଁ , ଏବଂ ଏହା କରିବା ଅପରାଧ ବୋଲି ପରିବାର ଲୋକଙ୍କୁ ବୁଝାଇଥିଲେ । ପରିବାର ଲୋକ କଥାକୁ ହୃଦୟଙ୍ଗମ କରିବା ପରେ ଝିଅର ବୟସ ୧୮ ବର୍ଷ ହେବା ପରେ ବିବାହ କରାଇ ପାରିବେ ବୋଲି ସମସ୍ତଙ୍କ ଉପସ୍ଥିତିରେ ଚୁକ୍ତି ମଧ୍ୟ କରା ଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply