କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର

ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮ ଘଣ୍ଟା ପରେ ହାତୀଟିକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି ବନବିଭାଗ । ସୂଚନା ଅନୁସାରେ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁ ରେ କିଛି ଦିନ ହେଲା ହାତୀପଲଙ୍କ ଉପଦ୍ରବ ଲାଗି ରହିଥିଲା । ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁ କୁ ଆସିଥିବା ବେଳେ ଏକ ହାତୀ ଗାଁ ର ସୁରଥ ସାହୁଙ୍କ ବାଡ଼ିରେ ଥିବା ଖୋଲା କୂଅରେ ପଡି ଯାଇଥିଲା । ଆଜି ସକାଳୁ ଗ୍ରାମବାସୀ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଓ ଅଗ୍ନିଶମ ବିଭାଗ ସହାୟତାରେ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଜେସିବି ମେସିନ ସହାୟତାରେ ଏକ ଟ୍ରେଞ୍ଜ ଖୋଳିବା ପରେ ହାତୀଟି କୂଅରୁ ବାହାରି ଯାଇଥିଲା । କୂଅ ଭିତରୁ ବାହାରୀ ହାତୀଟି ଜଙ୍ଗଲ ଅଭିମୁଖେ ଦୌଡି ପଳାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored