ଅପରାଧ ୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ Angul OnlineDecember 19, 2024December 19, 2024 ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖ ଦିନ ପାତେଳି ଗାଁ ର ଦେବାଶିଷ ଦେହୁରି ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ପ୍ରଧାନଙ୍କୁ ତାଙ୍କ ଗାଁ ଜରାସିଂହା ଗାଁକୁ ମୋଟରସାଇକେଲରେ ଛାଡିବାକୁ ଯାଉଥିଲେ । ତେବେ ସେମାନେ ଅନୁଗୁଳ ଟାଉନ ହାଇସ୍କୁଲ କେନାଲ ରୋଡ ହୋଇଥିବା ବେଳେ ହଠାତ ୪ ଜଣ ଯୁବକ ହାତରେ ବାଡି ଧରି ସେମାନଙ୍କୁ ଅଟକାଇବା ସହ ପାଖରେ ଥିବା ଟଙ୍କା ଓ ସୁନା ଦେବାକୁ ବାଧ୍ୟ କରିଥିଲେ । ଏପରିକି ତାଙ୍କୁ ଏକ ଚାପୁଡା ମାରି ଟଙ୍କା ସୁନା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଦେବାଶିଷ ଓ ଅରିଜିତ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେବାଶିଷଙ୍କ ବେକରୁ ଚେନ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ । ଏ ନେଇ ଦେବାଶିଷ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ତଦନ୍ତ କରି ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପହରାଉଚରା କରିବା ବେଳେ ସେମାନେ ଏହି ଚେନ ଅନ୍ୟ ଜଣଙ୍କୁ ବିକ୍ରି କରି ଟଙ୍କା ଆଣିବା ପରେ ଟଙ୍କା ଭାଗ କରି ନେଇଥିବା ସ୍ଵୀକାର କରିଥିଲେ । ଏଥିପାଇଁ ପୁଲିସ ୪ ଜଣ ଲୁଟେରା ସହ ଚେନ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମାନଙ୍କ ନିକଟରୁ ସୁନା ଚେନ , ଗୋଟିଏ ମୋଟରସାଇକେଲ ଜବତ କରିଛି । Advertisement
ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ…
ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ,…
ନାବାଳିକା ବଳତ୍କାର ଉଦ୍ୟମକାରୀ ବୃଦ୍ଧଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ନାବାଳିକାଙ୍କୁ ବଳତ୍କାର ଉଦ୍ୟମ କରିବା ମାମଲାର ବିଚାରକରି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ) ଜଜ୍ ପି.କେ. ବହିଦାର ଅଭିଯୁକ୍ତଙ୍କୁ ୫…