ଜନ୍ମଦିନ କେକ କଟାକୁ ଡାକିଲେ ନାହିଁ ବୋଲି ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ

ଅନୁଗୁଳ – ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଅମଲାପଡା ଛଳ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଦିନ ପ୍ରାୟ ୧ଟା ବେଳେ ପାର୍ଥ ସାରଥୀ ପ୍ରଧାନ ଓ ସତ୍ୟଜିତ ନାମକ ଦୁଇ ଜଣ ଯୁବକ ଚା ପିଉଥିଲେ । ଏହି ସମୟରେ ହଠାତ ତିନୋଟି ମୋଟରସାଇକେଲରେ ପ୍ରାୟ ୬ ଜଣ ଯୁବକ ଆସି ଚା ପିଉଥିବା ପାର୍ଥଙ୍କ ଉପରେ ଆକ୍ରମଣ କରିଥିଲେ । ଲୁହା ରଡ଼ ଏବଂ ମାରଣାସ୍ତ୍ରରେ ସେମାନେ ପାର୍ଥଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ପ୍ରାୟ ୧୦ ମିନିଟ ଧରି ବିଚ ରାସ୍ତାରେ ଏଭଳି କାଣ୍ଡ ଭିଆଇ ଥିଲେ । ଭୟରେ ପାର୍ଥ ନିକଟସ୍ଥ ଜଣଙ୍କ ଘରେ ପଶିଯିବା ପରେ ଦୁର୍ବୃତ୍ତ ମାନେ ପଳାଇ ଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ପାର୍ଥଙ୍କ ଦୁଇ ହାତ ଓ ଛାତିରେ ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଗତ କିଛିଦିନ ତଳେ ନୂଆଁ ବାସଷ୍ଟାଣ୍ଡ ନିକଟରେ ଜଣେ ସାଙ୍ଗର ଜନ୍ମଦିନ କେକ କଟା ଯାଇଥିଲା । ଏହି କେକ କଟା ପାର୍ଟିକୁ କିଛି ଯୁବକଙ୍କୁ ଡକା ନ ଯିବାକୁ ନେଇ ସମ୍ପୃକ୍ତ ଯୁବକ ମାନଙ୍କ ସହ ପାର୍ଥ ସାରଥିଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିପାଇଁ ଆଜି ପାର୍ଥ ସାରଥିଙ୍କ ଉପରେ ଏଭଳି ଆକ୍ରମଣ କରା ଯାଇଥିବା କୁହା ଯାଉଛି ।

Advertisement

Leave a Reply

Your email address will not be published. Required fields are marked *