ଅନୁଗୁଳ – ଅନୁଗୁଳ ସହର ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଏକ ଦୁର୍ଘଟଣା ଘଟି ଯାଇଛି । ଏକ ମୋଟରସାଇକେଲ ଉପରେ ହାଇୱା ଚଢିଯିବା ଫଳରେ ହାଇୱା ଚାପାରେ ଏକ ମୋଟରସାଇକେଲ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ହେଲେ ମୋଟରସାଇକେଲ ଆରୋହୀ ଅବକାରୀ ଏଏସ୍ଆଇଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଏକ ବଡ଼ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଅନୁଗୁଳ ଅବକାରୀ ବିଭାଗର ଏଏସାଇ କାଳନ୍ଦୀ ଚରଣ ସାହୁ ହେମସୁରପଡା ଠାରେ ଥିବା ଅବକାରୀ ଅଫିସରୁ ଜିଲ୍ଲା ଅଫିସକୁ ଏକ ମୋଟରସାଇକେଲ ଯୋଗେ ଯାଉଥିଲେ । ଏହି ସମୟରେ ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ପଛରୁ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ କାଳନ୍ଦୀ ଛିଟିକି ପଡ଼ିଥିଲେ । ହାଇୱା ଚକା ତଳେ ମୋଟରସାଇକେଲଟି ଚାପି ହୋଇ ଚୁରମାର ହୋଇ ଯାଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ଡାହାଣ ଗୋଡ ଭାଙ୍ଗିଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି