ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍‌ସିଏଲ୍‌ର ୯.୩୨ କୋଟି ମଞ୍ଜୁର

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର କରାଯାଇଛି । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଗତ ଜାନୁଆରି ୧୩ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏମସିଏଲର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର କରିବା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମଏସିଏଲର ସିଏସଆର ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢ଼ିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ । ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଅଞ୍ଚଳ ପାଇଁ ଏମଏସିଏଲ୍ ବୋର୍ଡ ସିଏସଆର ପାଣ୍ଠିରୁ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛି । ସାଧାରଣତଃ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ଏହି ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ବୋଲି ସେ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored