ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ

ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଛି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି । ରବିବାର ମଧ୍ୟପ୍ରଦେଶରୁ ଏକ ଟିମ ଆସିବା ପରେ ବାଘୁଣୀକୁ ଧରିବା ପାଇଁ ଯନ୍ତା ବସା ଯାଇଥିଲା ଆଉ ସେହି ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଯନ୍ତା ପାଖକୁ ସୁନ୍ଦରୀ ଆସି ନଥିଲା କି ବନ ବିଭାଗର ପ୍ଳାନକୁ ସଫଳ ହେବାକୁ ଦେଇ ନଥିଲା । ଶେଷରେ ୩ ଜଣିଆ ଡାକ୍ତରୀ ଟିମ୍‌ ବାଧ୍ୟ ହୋଇ ସୁନ୍ଦରୀକୁ ଆଜି ଅପରାହ୍ନ ୪ ଟା ବେଳେ ଟ୍ରାଙ୍କୁଲାଇଜ୍‌ କରିଥିଲେ । ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ପ୍ରାୟ ୧୫ ମିନିଟ ପରେ ଚେତା ପାଇଥିଲା । ଏହା ପରେ ତାକୁ ଏକ ସ୍ଵତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା । ସୁନ୍ଦରୀ ସହ ମଧ୍ୟପ୍ରଦେଶ ଟିମ ସହ ସାତକୋଶିଆର ଜଣେ ଡାକ୍ତର ଏବଂ ଏସିଏଫ ଯାଇଛନ୍ତି  

ଅଧିକ ଫଟୋ ପାଇଁ ତଳେ ଦିଆ ଯାଇଥିବା ଲିଙ୍କକୁ କ୍ଲିକ କରନ୍ତୁ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply