ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ – ସମ୍ବଲପୁର ଜିଲ୍ଲା ଶାସନସାହି ଥାନା ଶୋଡ଼ସିଂହା ଗାଁରେ ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ଭିତରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାକୁ ଯାଇ ବିଫଳ ହେବା ପରେ ନିଆଁ ଲଗାଇ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ମାରିଦେଇଥିଲା । ଏହି ଘଟଣାରେ ହତ୍ୟାକାରୀ ମୁକେଶ ଭୋଇକୁ ଆଜୀବନ କାରାଦଣ୍ଡାଦେଶରେ ଅନୁଗୁଳ ଜିଲ୍ଲା ଦୌରା ଜଜ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଜୁଲାଇ ୨୪ ତାରିଖରେ ଗ୍ରାମର ଜଣେ ମହିଳା ଘରେ ଶୋଇଥିବା ବେଳେ ତାଙ୍କ ସ୍ଵାମୀ ଓ ପରିବାରର ଅନ୍ୟ ସଦସ୍ୟ ବାହାରେ ଶୋଇଥିଲେ । ଏହାର ସୁଯୋଗରେ ମୁକେଶ ଭୋଇ ମନ୍ଦ ଉଦ୍ୟେଶ ନେଇ ଘର ଭିତରେ ପଶିଥିଲେ । ତେବେ ମହିଳା ଜଣଙ୍କ ପାଟି କରିବା ସହ ପ୍ରତିରୋଧ କରିବାରୁ ମୁକେଶ କିରୋସିନ ଢାଳି ନିଆଁ ଲଗାଇ ଫେରାର ହୋଇ ଯାଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ୨୫ ତାରିଖ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ମୁକେଶକୁ ଗିରଫ କରିଥିଲା । ଏହି ମାମଲା ପ୍ରଥମେ ସମ୍ବଲପୁରରେ ବିଚାର କରାଯାଉଥିବା ବେଳେ ପରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ଅନୁଗୁଳକୁ ସ୍ଥାନାନ୍ତର କରିଥିଲେ । ସମ୍ବଲପୁରରେ ୧୫ ଜଣ ସାକ୍ଷୀ ଓ ପରେ ଅନୁଗୁଳରେ ୫ ଜଣ ସାକ୍ଷୀ ଏବଂ ପ୍ରମାଣ ଆଧାରରେ ମାନ୍ୟବର ଅନୁଗୁଳ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାସ ଆଜି ମୁକେଶକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଥିଲେ । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ମାମଲା ଲଢିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply