ଆଞ୍ଚଳିକ ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା Angul OnlineApril 6, 2021April 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମଧ୍ୟ ଅନୁଗୁଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆ ଯାଇଛି । କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବନ୍ଦ ପାଳନ ନେଇ ନିଷ୍ପତ୍ତି ନିଆ ଯାଇଥିବା କୁହା ଯାଇଛି । ଉଭୟ ରାଜ୍ଯରେ ଥିବା ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଅବହେଳା ପାଇଁ ଏହି ପ୍ଲାଣ୍ଟଟି ଆଜି ବନ୍ଦ ହୋଇଗଲା ବୋଲି ଏସୟୁସିଆଇ ଅଭିଯୋଗ କରିଛି । ତେଣୁ ସେମାନଙ୍କ ଆନ୍ଦୋଳନ , ଉଭୟ ସରକାରଙ୍କ ବିରୁଦ୍ଧରେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ସରକାର ଏକ ଚଳନ୍ତା ପ୍ଲାଣ୍ଟକୁ ଜାଣିଶୁଣି ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ଯାଉଛନ୍ତି । ଏଥିପାଇଁ ଆସନ୍ତା କାଲି ଅନୁଗୁଳ ଜିଲ୍ଲା ବନ୍ଦ ହେବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି । https://angulonline.com/wp-content/uploads/2021/04/WhatsApp-Video-2021-04-06-at-22.51.07.mp4 Advertisement
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ…
କୃଷି ଭିତ୍ତିକ ଯନ୍ତ୍ରପାତି ସୋରୁମ ଉଦଘାଟନ ଅନୁଗୁଳ-ଅନୁଗୁଳ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଉର୍ଣ୍ଣତ ମାନର ଚାଷ ,ଚାଷର ମାନ ବୃଦ୍ଧି ପାଇଁ କିଲୋସକାର କମ୍ପାନୀର ଉନ୍ନତ ମାନର କୃଷି ଯନ୍ତ୍ରପାତି ସୋ ରୁମ…