ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ

ଅନୁଗୋଳ – ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ  ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ । ଯାହା ଫଳରେ ଯିବା ଆସିବା କରିବାକୁ ଲୋକ ହଇରାଣ ହେବାକୁ ପଡୁଛି ।  ଏହିଭଳି ଏକ ସ୍ଥାନ ହେଲା ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହି । ବର୍ଷା ଫଳରେ ଗାଁକୁ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ମୁଖ୍ଯ ରାସ୍ତା ଠାରୁ ସାହି ପର୍ଯ୍ଯନ୍ତ ଦୁଇ କିମି ରାସ୍ତା କାଦୁଅ ପଚପଚ ହୋଇ ରହିଛି । ଫଳରେ ଗାଡି ମୋଟର ଯାଇ ଆସିପାରୁ ନାହିଁ । ଏହି ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡିଛି । ସୁଚନା ଅନୁସାରେ ଗାଁର ଶ୍ରୀବଛ ସାହୁ ନାମକ ଜଣେ ୮୦ ବର୍ଷିୟ ବୃଦ୍ଧ ମଧୁମେହ ରୋଗରେ ପିଡିତ ଥିଲେ । ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ 108 ଅମ୍ବୁଲାନ୍ସ ଡକା ଯାଇଥିଲା । ତେବେ ଦୁଇ କିମି ଦୁରରୁ ଆଉ ଆମ୍ବୁଲାନ୍ସ  ଯାଇ ପାରି ନଥିଲା । ଫଳରେ ଏକ ଶଗଡ ଗାଡିରେ ତାଙ୍କୁ ଅଣାଯାଇ ଆମ୍ବୁଲାନ୍ସ ସହୟତାରେ ଡାକ୍ତରଖାନା ଅଣା ଯାଇଥିଲା । ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଗୋଳ ଭଳି ଶିଳ୍ପ ଶମୃଦ୍ଧ ଜିଲ୍ଲାରେ ରାସ୍ତା ନଥିବା କଥାକୁ ନିନ୍ଦା କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored