ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା ଏହି ନବବିବାହିତାଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ , ତାଳଚେର ଅଞ୍ଚଳର ଅଭିଜିତା ଭୂତିଆ ଢେଙ୍କାନାଳ ହିନ୍ଦୋଳ ବ୍ଳକ ନୂତନପାଟଣା ହିନ୍ଦୋଳ ସାହିର ତାପସ ରଞ୍ଜନ ପାଇକଙ୍କୁ ୨୦୧୯ ଜୁନରେ ବୈଦିକ ରୀତିରେ ବିବାହ କରିଥିଲେ । ତାପସ ଏୟାର ଫୋର୍ସରେ କାମ କରୁଥିବା ଜଣା ପଡିଛି । ହେଲେ ବିବାହର କିଛି ଦିନ ପରେ ତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେ ସ୍ଵାମୀ ଓ ପରିବାର ସହ ପଞ୍ଜାବ ଅମୃତସରରେ ରହୁଥିବା ବେଳେ ଗତ ୬ ତାରିଖରେ ଅଭିଜିତାଙ୍କ ମୃତ୍ୟୁ ହୋଇଥିବା ଶ୍ଵଶୁର ଘର ଲୋକେ ଜଣାଇଥିଲେ । ଏହାକୁ ଅଭିଜିତାଙ୍କ ପରିବାର ସହଜରେ ଗ୍ରହଣ କରି ପାରି ନାହାନ୍ତି । ଅଭିଜିତାଙ୍କ ମା‘ଙ୍କ କହିବା ଅନୁଯାୟୀ ମୃତ୍ୟୁ ଖବର ଆସିବାର କିଛି ସମୟ ପୂର୍ବରୁ ସେ ତାଙ୍କ ଝିଅ ସହ ଫୋନରେ କଥା ହୋଇଥିଲେ । କିଛି ସମୟ ମଧ୍ୟରେ କିଭଳି ତାଙ୍କ ଝିଅର ହଠାତ ମୃତ୍ୟୁ ହେଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କ ଝିଅକୁ ତାଙ୍କ ଜ୍ଵାଇଁ ଏବଂ ପରିବାର ଲୋକ ଆଗରୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଣୁ ତାଙ୍କ ଝିଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଜିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ତାଙ୍କ ପରିବାର ଅନୁଗୁଳ ଏସ୍ପିଙ୍କ ପାଖରେ ଫେରାଦ ହୋଇଥିବା ଜଣାପଡିଛି ।
What’s your Reaction?
+1
+1
+1
+1
+1
+1
+1