ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ , ପ୍ୟାନ କାର୍ଡ , ଆଧାର କାର୍ଡ , କୋଇଲା ଖଣିର ଟ୍ରାଞ୍ଜିଟ ପାସ ଏବଂ ଚାଲାଣ ତିଆରି କରୁଥିବା ଏହି ରାକେଟକୁ ତାଳଚେର କୋଲିୟରୀ ପୁଲିସ ଧରିବା ସହ ସେମାନଙ୍କ ନିକଟରୁ ବହୁ ନକଲି କାଗଜପତ୍ର ଜବତ କରା ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ତାଳଚେର କୋଇଲା ଖଣିରେ କୋଇଲା ପରିବହନ ପାଇଁ ଏମସିଲର ନକଲି ଟ୍ରାଞ୍ଜିଟ ପାସ , ସିଲ , ୱେବ୍ରିଜ ଓ ଡେସପାଚ ଇନଚାର୍ଯ୍ୟ ସିଲ ବ୍ୟବହାର କରାଯାଉଥିବା ଜଣା ପଡିଥିଲା । ଏହା ବଲଣ୍ଡାର ସୁଶିଲ କମ୍ୟୁନିକେସନ , ଚନ୍ଦନ ଜେରକ୍ସ , କ୍ଲାସିକ କମ୍ୟୁନିକେସନରେ ତିଆରି ହେଉଥିବା ନେଇ ଏମ.ସି.ଏଲ. ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ସନ୍ତ କୁମାର ଚୌଧୁରୀ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୋଲିୟରୀ ଥାନା ପୁଲିସ ବଲଣ୍ଡା ଅଞ୍ଚଳରେ ଥିବା ସୁଶିଲ କମ୍ୟୁନିକେସନ , ଚନ୍ଦନ ଜେରକ୍ସ , କ୍ଲାସିକ କମ୍ୟୁନିକେସନ ଉପରେ ଅତର୍କିତ ଭାବେ ଚଢାଉ କରିଥିଲେ । ସେଠାରୁ ବହୁ ପରିମାଣର ନକଲି ଡ୍ରାଇଭିଙ୍ଗ ଲାଇସେନସ , ପ୍ୟାନ କାର୍ଡ , ଆଧାର କାର୍ଡ , କୋଇଲା ଖଣିର ଟ୍ରାଞ୍ଜିଟ ପାସ ଜବତ କରା ଯାଇଥିଲା । ଦିର୍ଘ ଦିନ ହେଲା ଏହି ବେଆଇନ କାରବାର ଚାଲି ଆସଉଥିବା ବେଳେ ଏହି ନକଲି କାଗଜପତ୍ର ତିଆରି ଅଭିଯୋଗରେ ଦୋକାନ ମାଲିକ ବିକ୍ରମପୁର ଥାନା ବଡସିଙ୍ଗଡା ଗ୍ରାମର ସୁଶିଲ କୁମାର ସାହୁ , ବିକ୍ରମପୁର ଥାନା ଗୋବରା ଗ୍ରାମର ଚନ୍ଦନ କୁମାର ବେହେରା , ଆଠଗଡ ଥାନା ଅରଖପାଳଗ୍ରାମର ପ୍ରଦିପ କୁମାର ପଟ୍ଟନାୟକ , ହିନ୍ଦୋଳ ଥାନା ଦୁଦୁରକୋଟର ସୁଧିର କୁମାର ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1