ମୁଖ୍ୟ ଖବର ରଖିଲେ ହରି ମାରିବ କିଏ – କୋଇଲା ଟ୍ରେନ ଭିତରେ ପୋତି ହୋଇଥବା ବେଳେ ଜଣେ ଉଦ୍ଧାର Angul OnlineApril 13, 2021April 13, 2021 ତାଳଚେର – ରଖିଲେ ହରି ମାରିବା କିଏ ? ଏହାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଆଜି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । କୋଇଲା ଗଦା ଭିତରେ ବେକ ପର୍ଯ୍ୟନ୍ତ ପୋତି ହୋଇ ଯାଇଥିବା ଜଣେ ବ୍ୟକ୍ତି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ତାଳଚେର ଅନନ୍ତ କୋଇଲା ଖଣିରେ ରେଳ ୱାଗନ ରେ କୋଇଲା ଲୋଡ଼ ହୋଇ ପରିବହନ ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଏକ ଚିତ୍କାର ଶୁଭିଥିଲା । କିଏ କେଉଁଠି ଚିତ୍କାର କରୁଛି ଖୋଜିବା ବେଳେ ଜଣେ ବ୍ୟକ୍ତିଙ୍କ ଶରୀର ସମ୍ପୂର୍ଣ୍ଣ କୋଇଲାରେ ଘୋଡାଇ ଯାଇଥିବା ବେଳେ କେବଳ ମୁଣ୍ଡଟି ଦେଖା ଯାଉଥିବା ଶ୍ରମିକ ମାନେ ଦେଖିଥିଲେ । ମୃତ୍ୟୁ ନିଶ୍ଚିତ ଭାବି ପ୍ରାଣ ବିକଳରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କେବଳ ଚିତ୍କାର କରୁଥିଲେ । ଏହା ଦେଖି ଶ୍ରମିକ ମାନେ ତୁରନ୍ତ କୋଇଲା ଲୋଡିଂ ବନ୍ଦ କରିବା ସହ କର୍ତ୍ତୃପକ୍ଷଙ୍କୁ ଖବର ଦେଇ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରା ଯାଇପାରିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଣ୍ଟ୍ରାଲ ହସପିଟାଲରେ ଭର୍ତ୍ତି କରା ଯାଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି । ଏହି ବ୍ୟକ୍ତି ଜଣଙ୍କ ଜଗତସିଂହପୁର ଅଙ୍କହଲରୁ ବୋଲି ଜଣା ପଦସିଥିବା ବେଳେ ସାମାନ୍ଯ ମାନସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରା ଯାଉଛି । ଖଣିରେ ଢିଲା ସୁରକ୍ଷା ବ୍ୟବସ୍ଥା ଓ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ଭାଗ୍ୟ ବଳରେ ବ୍ୟକ୍ତି ଜଣଙ୍କ ଏକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି । ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ସେ ଖଣି କର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ତାଗିଦ କରିବା ସହ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରିଛନ୍ତି । Advertisement
ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା…
ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା…
ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା…