ବ୍ରେଡ୍‌ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ

  • ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି

  • ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା

             ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା ଦୋକାନ ଓ ପାଇକାରୀ ଦୋକାନରେ ବିକ୍ରି ହେଉଛି ଭଳିକି ଭଳି ପାଉଁରୁଟି(ବ୍ରେଡ଼) । ଅନୁଗୁଳ ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ବ୍ରାଣ୍ଡର ବ୍ରେଡ ସମେତ କୌଣସି ମାର୍କା ନଥିବା ଗୁଡାଏ କମ୍ପାନୀର ବ୍ରେଡ ପଧ୍ୟ ବଜାରରେ ପିଳୁଛି । ସେହିଭଳି କିଛି ନାମୀଦାମୀ ବ୍ରାଣ୍ଡର ବ୍ରେଡ଼ ଓ ଅନ୍ୟାନ୍ୟ ବେକରୀ ଖାଦ୍ୟ ସାମଗ୍ରୀ ଏଠାରେ ମିଳୁଛି । ତେବେ ବ୍ରେଡ଼ ଓ ବେକେରୀ ଖାଦ୍ୟ ସାମଗ୍ରୀ ତିଆରି କରୁଥିବା ସଂସ୍ଥା ଗୁଡିକ କେବଳ ପଲିଥିନ ପ୍ୟାକ୍‌କରି ତାହାକୁ ବିକ୍ରି କରୁଛନ୍ତି । ପ୍ୟାକ୍‌ ଉପରେ ମୂଲ୍ୟ ସୂଚୀତ ରହୁଛି । ଅଥଚ ତାହାର ଗୁଣବତ୍ତାର ଶେଷ ସମୟ (ଏକ୍ସପାୟରି ଡେଟ) ସୀମା ଉଲ୍ଲିଖିତ ହେଉ ନାହିଁ । ଫଳରେ ଦୋକାନୀ ମାନେ ସେ ଗୁଡିକୁ ଅନେକ ଦିନ ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ଅନେକ ସପୟରେ ବ୍ରେଡ୍‌ ପଡି ରହି ଖରାପ ହେବା ପରେ ଫିମ୍ପି ମାରି ଯାଉଛି । ଗ୍ରାହକ ବ୍ରେଡ଼ ଖୋଲିଦେଲେ ଦୋକାନୀ ସେଗୁଡିକୁ ଆଉ ଫେରସ୍ତ ମଧ୍ୟ ନେଉ ନାହାନ୍ତି । ସ୍ଥଳ ବିଶେଷରେ ଗ୍ରାହକ ବାଧ୍ୟ ହୋଇ ଫିମ୍ପି ମରା ବ୍ରେଡ଼ ଖାଉଛନ୍ତି ଓ ଆଉ କେତେକ ଗ୍ରାହକ ବ୍ରେଡ଼ ଫିଙ୍ଗିବାକୁ ବାଧ୍ୟ ହେଉଛନ୍ତି । ଏହାର ତଦନ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ ହେଉ ନଥିବା ଅଭିଯୋଗ ହେଉଛି

        ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିବା ଯୋଗୁ ଅନେକ ପରିବାରରେ ସକାଳୁ ସକାଳୁ ଜଳଖିଆ ପାଇଁ ଖୋଜା ପଡ଼େ ବ୍ରେଡ୍‌ । ସେହିଭଳି ଦେହ ଖରାପ ହେଲେ ଭାତ କିମ୍ବା ରୁଟି ବଦଳରେ ଡାକ୍ତର ବ୍ରେଡ୍‌ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଶିଶୁଙ୍କୁ ମଧ୍ୟ ଅଧିକ ପରିପାଣରେ ବ୍ରେଡ୍‌ ଖାଇବା ପାଇଁ ପ୍ରଦାନ କରାଯାଏ । ତେବେ ବଜାର ଚାହିଦା ଦୃଷ୍ଟିରୁ ଅନୁଗୁଳରେ ଅନେକ ବ୍ରେଡ୍‌ ତିଆରି କାରଖାନା ରହିଛି । କିନ୍ତୁ ସେ ଗୁଡିକ କେବଳ ନିଜର ଲାଭକଥା ଚିନ୍ତା କରୁଥିବା ବେଳେ ଲୋକଙ୍କଠାରୁ ଅର୍ଥ ନେଇ ଅଖାଦ୍ୟ ବିକ୍ରି କରୁଛନ୍ତି । ଖାଦ୍ୟ ପ୍ୟାକ୍‌ରେ ପ୍ରସ୍ତୁତକାରୀ ସଂସ୍ଥାର କୌଣସି ଯୋଗାଯୋଗ ନମ୍ବର ମଧ୍ୟ ରହୁନାହିଁ । ଯଦିବା କୌଣସି କମ୍ପାନୀ ନିଜ ସଂସ୍ଥାର ନମ୍ବର ଉଲ୍ଲେଖ କରୁଛନ୍ତି ତେବେ ସେହି ନମ୍ବରରେ ଫୋନ କଲେ କେହି ଫୋନ ଉଠାଉ ନାହାନ୍ତି । ଫୁଡ୍‌ ସିକ୍ୟୁରିଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକଟ-୨୦୦୬ ଅନୁଯାୟୀ ଯଦି ଖାଦ୍ୟ ପଦାର୍ଥ ଏକ୍ସପାଇରି ତାରିଖ ପରଠୁ ବିକ୍ରି ହେଉଛି ତେବେ ସଂପୃକ୍ତ ବିକ୍ରେତା ଏଥିପାଇଁ ଦାୟୀ ରହିବେ । ପ୍ରଶାସନ ପକ୍ଷରୁ ଖାଦ୍ୟ ସୁରକ୍ଷା ଅଧିକାରୀ ସେ ଗୁଡିକର ନିୟମିତ ଯାଞ୍ଚ କରିବେ । କୌଣସି ସଂସ୍ଥା ବେଆଇନ କାମ କରୁଥିବା ଜଣାପଡିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଜୋରିମନା ଓ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଅନୁଗୁଳ ଜିଲାରେ ଏହି ନିୟମ କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored