ଆଞ୍ଚଳିକଆମ ପର୍ଯ୍ୟଟନ ସ୍ଥଳୀ କୋଭିଡ କଟକଣାରେ ମା’ବାୟାଣୀ ପୂଜା Angul OnlineApril 15, 2021April 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ କୋଭିଡ ଗାଇଡଲାଇନକୁ ସମ୍ମାନ ଦେଇ କମିଟି ପକ୍ଷରୁ ପୂଜା ସ୍ଥଳରେ ଗହଳି କରାଯାଇ ନଥିଲା । କେବଳ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁଯୟୀ କରାଯାଇଛି । ପୂଜା କମିଟି ପକ୍ଷରୁ ଠାକୁରାଣୀଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନଙ୍କୁ ଦୁରରୁ ଦର୍ଶନ କରାଇ ପଠାଇ ଦିଆଯାଉଥିଲା । ପ୍ରତ୍ୟୁଷରୁ ଗ୍ରାମବାସୀ ପୂଜକ କ୍ଷୀରୋଦ ଦେହୁରୀ ଓ ରଞ୍ଜନ ଦେହୁରୀଙ୍କ ସହଯୋଗରେ ଯଥା ରିତୀନିତୀ ପରମ୍ପରା ଅନୁଯାୟୀ ପ୍ରଥମେ ମା’ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ସହ ଗ୍ରାମ ପରିକ୍ରମା କରି ବନଦୁର୍ଗା ମନ୍ଦିର, ପଥର ପୁଞ୍ଜି , କାଳୀ ମନ୍ଦିର ଓ ପ୍ରତିଷ୍ଠିତ ହନୁମାନଙ୍କ ବିଗ୍ରହ ମୂର୍ତ୍ତିରେ ପୁଜାର୍ଚ୍ଚନା କରାଯାଇଥିଲା । ପୂଜା ଗ୍ରାମ ସଭାପତି ଚୈତନ୍ୟ ସାହୁ , ହେଡବେହେରା ଶିର୍ନିବାସ ସାହୁ , ସଂପାଦକ ରମେଶ ଚନ୍ଦ୍ର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ବାନାମ୍ବର ସାହୁ , ମୋହନ ଚନ୍ଦ୍ର ସାହୁ ,ଲୋକନାଥ ସାହୁ ,ବାସୁଦେବ ସାହୁ, ପାତ୍ରପଡା ସରପଞ୍ଚ ଯୋଗେଶ୍ୱର ସାହୁ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟ ପରିଚାଳିତ ହୋଇଥିଲା । ପୁଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Advertisement
ଆମ୍ବ ଗଛରୁ ପଡି ବୃଦ୍ଧ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଆମ୍ବ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ ସମୟରେ…
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ…