ମୁଖ୍ୟ ଖବର ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା Angul OnlineApril 23, 2021April 23, 2021 ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡିରେ ପ୍ରାୟ ୨୨ ଟନ ଅକ୍ସିଜେନ ବିଶାଖାପାଟଣା ପଠା ଯାଇଛି । ରାତି ଗୋଟାଏ ବେଳେ ଯିବାକୁ ଥିବା ବେଳେ ଏହାର ଦୁଇ ଘଣ୍ଟା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ରାତି ପ୍ରାୟ ୧୧ ତା ବେଳେ ଏହି ଗାଡି ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା । ଏହି ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ଏକ ଗ୍ରୀନ କରିଡର କରାଯାଇଛି । ସବୁ ଛକ ନିକଟରେ ପୁଲିସ ମୃତୟନ କରା ଯିବା ସହ ଅବାଧରେ ଏହି ଗାଡି ଯିବା ପାଇଁ ପୁଲିସ ଏସକର୍ଟ ଟିମ ମଧ୍ୟ ସାଙ୍ଗରେ ଯାଉଛି । ଅନୁଗୁଳ ପୁଲିସର ଏକ ଟିମ ଓଡିଶା ବୋର୍ଡର ପର୍ଯ୍ୟନ୍ତ ଏହି ଗାଡି ସହିତ ଯିବ ବୋଲି ଅନୁଗୁଳ ଏସ.ପି. ଜଗମୋହନ ମୀନା ସୂଚନା ଦେଇଛନ୍ତି । Advertisement
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ଯାତ୍ରୀବାହି ବସ୍ ଓଲଟି ୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ଣରେ ସରକାରୀ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା…
ସୂଚନା ଫଳକ ଭାଙ୍ଗିଲେ ବିଜେପି କର୍ମୀ !! ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମ ପଞ୍ଚାୟତର କୁମ୍ଭରିଆ ସେତୁ ଉଦଘାଟନ ଫଳକ ଭଙ୍ଗାକୁ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ…