ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ  ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ କରିଥିବା ଅଭିଯୋଗ ଅନୁସାରେ , ପଞ୍ଚାୟତ ହାଇସ୍କୁଲ୍, ବରପଦାରେ କାର୍ଯ୍ୟରତ ମହେଶ୍ୱର ସାହୁ, ସଂସାମରା ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ଜ୍ୟୋତ୍ସ୍ନା ବିଶ୍ଵାଳ , ନାକଚି ମାହେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରିୟମ୍ବଦା ଦେହୁରି , ନାମପଶି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ଦେହୁରି , ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ସୁପ୍ରଭା ସାହୁ , ବଲଙ୍ଗ ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ନାଏକ , ଗୋଡିବନ୍ଧ ଉଚ୍ଚ ବିଦ୍ୟାଳୟର ରିନା ସ୍ଵାଇଁ , ମାଣିକଯୋଡି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର କମଲ କୁମାର ଦେହୁରୀ , ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ମନୋଜ ବେହେରା , ସମଲ ବ୍ୟାରେଜ ଉଚ୍ଚ ବିଦ୍ୟାଳୟର ଶୁଭ୍ରକାନ୍ତ ବେହେରା ଚାକିରି କରିବା ପାଇଁ ଜାଲ ପ୍ରମାଣପତ୍ର ଦେଇଛନ୍ତି ମହେଶ୍ୱର ସାହୁ, ଜ୍ୟୋତ୍ସ୍ନା ବିଶ୍ଵାଳ , ପ୍ରିୟମ୍ବଦା ଦେହୁରି , ସୁନୀଲ କୁମାର ଦେହୁରି , ସୁପ୍ରଭା ସାହୁ , ସୁନୀଲ କୁମାର ନାଏକ , ରିନା ସ୍ଵାଇଁ , କମଲ କୁମାର ଦେହୁରୀ କଟକ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ଦାବି କରୁଥିବା ବେଳେ ମନୋଜ ବେହେରା ଓ ଶୁଭ୍ରକାନ୍ତ ବେହେରା , ବାଲିଆପାଳ କଲେଜ ଅଫ ଫିଜିକାଲ ଏଜୁକେସନ ସଂସ୍ଥାରୁ ସିପିଇଡ଼ି ପାସ କରିଥିବାର ସାର୍ଟିଫିକେଟ ପ୍ରଦାନ କରିଥିଲେ ତେବେ ଉଭୟ ସଂସ୍ଥାର ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ପାଇବା ପରେ ଏହି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡିଥିଲା ଏହା ଜଣା ପଡିବା ପରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରି ଏମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣା ପାଇଁ ଲେଖିଛନ୍ତି ପୁଲିସ କେସ ନମ୍ବର ୩୬୭ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି

What’s your Reaction?
+1
2
+1
3
+1
1
+1
1
+1
11
+1
2
+1
2

Share:

Share on facebook
Share on twitter
Share on whatsapp
Share on telegram

Sponsored