ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ ଡାକ୍ତରଖାନା ଖୋଲିବାକୁ ଚିଠି ଲେଖିଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ତାଳଚେରସ୍ଥିତ ମେଡିକାଲ କଲେଜ ଏବଂ ନାଲକୋସ୍ଥିତ ଆଖି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଆକାରରେ ପରିଣତ କରିବା ନେଇ ଅନୁରୋଧ କରିଛନ୍ତି । ଅଧିକ ସଂଖ୍ୟାରେ କୋଭିଡ ବେଡ଼ ରହିଲେ ଅନୁଗୁଳ ଜିଲ୍ଲା ସହିତ ବୌଦ୍ଧ ଏବଂ ଦେବଗଡ଼ ଜିଲ୍ଲାର ମଧ୍ୟ କୋଭିଡ ରୋଗୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ସିଂହ ଚିଠିରେ ଦର୍ଶାଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1