ଅପରାଧଭାଇରାଲ ଭିଡିଓ ରାତି ଅଧରେ ଦୋକାନ ଆଗରୁ ଏମିତି ଏକ ଚୋରି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ Angul OnlineMay 5, 2021May 5, 2021 ଅନୁଗୁଳ – ବଲବ ଚୋରି । ଏଭଳି ଏକ ସାମାନ୍ୟ ଘଟଣା କଏଦ ହୋଇଛି ସିସି ଟିଭିରେ । ଜଣେ ଚୋର ଅଟୋ ରିକ୍ସାରେ ଆସି ରାତି ପ୍ରାୟ ୧୨ ଟା ପରେ ଦୋକାନ ସାମ୍ନାରେ ଥିବା ଏଲଇଡି ବଲବ ଚୋରି କରୁ ନେଉଛି । ସୂଚନା ଅନୁସାରେ ଅନୁଗୁଳ ଖମାର ଛକରେ ପ୍ରିୟବ୍ରତ ପାଗଳ ନାମକ ଜଣେ ବ୍ୟକ୍ତି ତେଜରାତି ଦୋକାନ ଦେଇଛନ୍ତି । ତାଙ୍କର ପୂର୍ବରୁ ଅନେକ ଥର ବାହାରେ ଲାଗିଥିବା ବଲବ ଚୋରି ହେବା ସହ ତାଙ୍କ ଅଟୋରୁ ଷ୍ଟେପିନ ଓ ପାଖରେ ଥିବା ମନ୍ଦିରରୁ ଚୋରି ହେଉଥିଲା । ବାଧ୍ୟ ହୋଇ ସେ ଗତ ୧୫ ଦିନ ତଳେ ଦୋକାନ ଓ ବାହାରେ ସିସି ଟିଭି ଲଗାଇଥିଲେ । ଆଜି ସକାଳେ ଦୋକାନ ଖୋଲିବାକୁ ଆସିବା ବେଳେ ପୁଣି ଏଲଇଡି ବଲବ ନଥିବା ଦେଖି ସିସି ଟିଭି ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଦୋକାନ ଆଗରେ ଏକ ଅଟୋ ଅଟକିବା ସହ ବଲବ ଚୋରି କରି ନେଉଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ମାତ୍ର ୧୦୦ କି ୨୦୦ ଟଙ୍କାର ବଲବ ଚୋରି କରି ନେଉଥିବା ଭିଡିଓ ଭାଇରାଲ ହେବା ପରେ ଏହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । https://angulonline.com/wp-content/uploads/2021/05/balb.mp4 Advertisement
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ…
ନିଖୋଜ ଯୁବକଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା ପୋଖରୀରୁ ଉଦ୍ଧାର ଅନୁଗୁଳ – ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୁଲିସ । ମୃତ…