ରାତି ଅଧରେ ଦୋକାନ ଆଗରୁ ଏମିତି ଏକ ଚୋରି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ

ଅନୁଗୁଳ – ବଲବ ଚୋରି । ଏଭଳି ଏକ ସାମାନ୍ୟ ଘଟଣା କଏଦ ହୋଇଛି ସିସି ଟିଭିରେ । ଜଣେ ଚୋର ଅଟୋ ରିକ୍ସାରେ ଆସି ରାତି ପ୍ରାୟ ୧୨ ଟା ପରେ ଦୋକାନ ସାମ୍ନାରେ ଥିବା ଏଲଇଡି ବଲବ ଚୋରି କରୁ ନେଉଛି । ସୂଚନା ଅନୁସାରେ ଅନୁଗୁଳ ଖମାର ଛକରେ ପ୍ରିୟବ୍ରତ ପାଗଳ ନାମକ ଜଣେ ବ୍ୟକ୍ତି ତେଜରାତି ଦୋକାନ ଦେଇଛନ୍ତି । ତାଙ୍କର ପୂର୍ବରୁ ଅନେକ ଥର ବାହାରେ ଲାଗିଥିବା ବଲବ ଚୋରି ହେବା ସହ ତାଙ୍କ ଅଟୋରୁ ଷ୍ଟେପିନ ଓ ପାଖରେ ଥିବା ମନ୍ଦିରରୁ ଚୋରି ହେଉଥିଲା । ବାଧ୍ୟ ହୋଇ ସେ ଗତ ୧୫ ଦିନ ତଳେ ଦୋକାନ ଓ ବାହାରେ ସିସି ଟିଭି ଲଗାଇଥିଲେ । ଆଜି ସକାଳେ ଦୋକାନ ଖୋଲିବାକୁ ଆସିବା ବେଳେ ପୁଣି ଏଲଇଡି ବଲବ ନଥିବା ଦେଖି ସିସି ଟିଭି ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଦୋକାନ ଆଗରେ ଏକ ଅଟୋ ଅଟକିବା ସହ ବଲବ ଚୋରି କରି ନେଉଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ମାତ୍ର ୧୦୦ କି ୨୦୦ ଟଙ୍କାର ବଲବ ଚୋରି କରି ନେଉଥିବା ଭିଡିଓ ଭାଇରାଲ ହେବା ପରେ ଏହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored