ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଳଚେର ଆଇ.ଟି.ଆଇ ପାଖରେ ରହୁଥିବା କବିତା ରଣା କିଛି ବର୍ଷ ପୂର୍ବେ ତାଳଚେର ସହରରେ ଘରଟିଏ ରହିବେ ବୋଲି ଚିନ୍ତା କରିଥିଲେ । ସେହି ସମୟରେ ତାଙ୍କର ଜାଗା କିଣାବିକାର ମଧ୍ୟସ୍ଥି ଶ୍ରୀମନ୍ତ ବେହେରାଙ୍କ ସହିତ ପରିଚିତ ହେଇଥିଲା । ଶ୍ରୀମନ୍ତଙ୍କ ମଧ୍ୟସ୍ତତାରେ ତାଳଚେର ଗୁରୁଦ୍ଵାରଠାରେ ରହୁଥିବା ଶିଶିର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଜମି କିଣିବାକୁ ସେ ମନସ୍ଥ କରିଥିଲେ । ଶିଶିର ତାଙ୍କୁ ଏକ ଜମି ଦେଖାଇବା ପରେ କବିତା ଶିଶିରଙ୍କୁ ଚେକ୍ ଆକାରରେ ୩ ଲକ୍ଷ ଓ କ୍ୟାସ ଆକାରରେ ୨୦ ହଜାର ଟଙ୍କା ଦେଇଥିଲେ । ଆଉ ମଧ୍ୟସ୍ତ ଶ୍ରୀମନ୍ତଙ୍କୁ ୧ ଲକ୍ଷ ହିସାବରେ ମୋର ୪ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ଶିଶିର ମାଜିଷ୍ଟ୍ରେଟଙ୍କ ଆଗରେ ତାଙ୍କ ବାପା କହି ଜଣେ ବ୍ୟକ୍ତିଙ୍କୁ ଆଣି କବିତାଙ୍କ ସହ ଚୁକ୍ତିନାମା କରିଥିଲେ । ହେଲେ ପରେ ସେହି ଜମି ଏକ ସରକାରୀ ଜମି ବୋଲି କବିତା ଜାଣିବା ସହ ତାଙ୍କ ଠକାମି ହୋଇଥିବା ଜାଣିବାକୁ ପାଇଥିଲେ । ଏସବୁ ଜାଣିବା ପରେ କବିତା ଉଭୟ ଶିଶିର ଏବଂ ଶ୍ରୀମନ୍ତଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଉଭୟ ଟଙ୍କା ଫେରାଇବା ପ୍ରତିବଦଳରେ କବିତାଙ୍କୁ ଧମକ ଛକ ଦେଇଥିଲେ । ସ୍ଵାମୀ ସ୍ତ୍ରୀ ଘରେ ନଥିବା ବେଳେ ତାଙ୍କ ଘରକୁ ଆସି ତାଙ୍କ ପୁଅକୁ ମଧ୍ୟ ଧମକ ଦେବା ସହ କବିତା ଓ ତାଙ୍କ ସ୍ବାମୀଙ୍କୁ ରାସ୍ତାରେ ଅଟକାଇ ଟଙ୍କା ମାଗିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି କବିତା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତାଳଚେର ପୁଲିସ ଘଟଣାର ତଦନ୍ତ କରି ଶିଶିରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1