ଭଲ ଖବର ଡାକ୍ତରଙ୍କ ବଦାନ୍ୟତା – ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଦାନକଲେ ୫ ଲକ୍ଷ ଟଙ୍କା Angul OnlineMay 18, 2021May 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣାଶୁଣା ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ଦାଶ । ରୋଗୀ ଚିକିତ୍ସା ହେଉ ଅବା ରୋଗୀଙ୍କ ପ୍ରତି ବ୍ୟବହାର ପାଇଁ ଜିଲ୍ଲାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ତେବେ ଏହି ବରିଷ୍ଠ ଡାକ୍ତର ଏବେ ପୁଣି ଏମିତି ଏକ ବଦାନ୍ୟତା ଦେଖାଇ ବେଶ ପ୍ରଶଂସିତ ହୋଇଛନ୍ତି । ବୟସ ବଢିଥିଲେ ମଧ୍ୟ କରୋନା ଭଳି ମହାବିପତ୍ତି ସମୟରେ ମଧ୍ୟ ତାଙ୍କ ଚିକିତ୍ସା ସେବା ଯୋଗାଇ ଆସିଥିଲେ । ଆଉ ଏବେ ରାଜ୍ୟ ସଙ୍କଟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ସେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ସେ ଏହି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି । Advertisement
ବିପଦ ବେଳେ – ବାପୁଜୀ ଅନୁଗୁଳ – ଯୁବ ଅବସ୍ଥାରେ ସମସ୍ତଙ୍କର ସ୍ୱପ୍ନ ଥାଏ କିଏ ଡାକ୍ତର ହେବ , କି ଇଞ୍ଜିନିୟର ହେବ , କି ବେପାର ବଣିଜ କରିବ ତ…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…
ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍ ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା…