ମୁଖ୍ୟ ଖବର ପୋଖରୀରେ ବୁଡି ସମ୍ବରର ମୃତ୍ୟୁ Angul OnlineMay 22, 2021May 22, 2021 ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ ପଶି ଆସିଥିଲା । ସମ୍ବରକୁ ଦେଖି ଗାଁ ଲୋକେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ସମ୍ବରଟି ଗାଁ ଭିତରେ ଏଣେତେଣେ ଦୈଡିବା ପରେ ଶେଷରେ ନିରୁପାୟ ହୋଇ ଗାଁ ମନ୍ଦିର ପୋଖରି ଭିତରକୁ ପଶିଯାଇଥିଲା । ଅନେକ ସମୟ ହେଲା ଫସି ରହିବା ପରେ ଖବର ପାଇ ଛେଣ୍ତିପଦା ବନବିଭାଗ ପହଞ୍ଚି ପୋଖରୀ ଚତୁପାର୍ଶ୍ବରୁ ଲୋକଙ୍କୁ ଘଉଡାଇବା ଚେଷ୍ଟା ଚଳାଇବା ସହିତ ପାଣି ଭିତରେ ପଶି ସମ୍ବରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ହେଲେ ଶେଷରେ ପାଣି ଭିତରେ ହିଁ ସମ୍ବରଟିର ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ମୃତ ସମ୍ବରଟିର ବ୍ୟବଛେଦ କରି ତଦନ୍ତ କରୁଛି । https://angulonline.com/wp-content/uploads/2021/05/2333.mp4 Advertisement
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…