ଆଞ୍ଚଳିକ ଅଚିହ୍ନା ମୃତଦେହ ଉଦ୍ଧାର Angul OnlineMay 26, 2021May 26, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ ଜଣଙ୍କ ବୀରବରପଲ୍ଲୀ ନିକଟରେ ହୋଇଥିବା ଅସ୍ଥାୟୀ କୋଭିଡ ସେଣ୍ଟର ନିକଟରେ ପଡିଥିଲେ । ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କୋଭିଡ୍ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଜଣାପଡିଛି । ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୫ ବର୍ଷ , ପତଳା ଶରୀର ଓ ଦାଢ଼ି ଥିବାବେଳେ ସେ ଏକ ଧଳା ଗଞ୍ଜି ଓ ବାଇଗଣି ରଙ୍ଗର ଲୁଙ୍ଗି ପରିଧାନ କରିଛନ୍ତି । Advertisement
ଦୁର୍ଗା ପୂଜା ସମିତି ଅମଲାପଡାର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡାର ଚଳିତ ବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଅମଲାପଡାସ୍ଥିତ ଦୁର୍ଗା ମଣ୍ଡପ…
ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ…
ଜଳିଗଲା ଆଠ ବଖରା ଘର ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ…