୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ

୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ

କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ପୋଡାଗଡ ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ପୋଡାଗଡ ଗ୍ରାମର ପୁରୁଣା ସାହିର ଲକ୍ଷ୍ମୀଧର ବେହେରା ସକାଳ ୯ଟା ସମୟ ରେ କିଛି କାମ ପାଇଁ ପାଖ କିସାନସାହିକୁ ଯାଇଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସ୍ତ୍ରୀ ଲକ୍ଷ୍ମୀ ବେହେରା ଖୋଜିବାକୁ ଯାଇଥିବା ବେଳେ କିସାନସାହି ପାଖ ଚାନ୍ଦପଶି‌ ନିକଟରେ ଏକ ଜମିରେ ସ୍ଵାମୀଙ୍କ ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ଏହା ଦେଖି ସେ ପରିବାର ଓ ସାହିଭାଇଙ୍କୁ ଖବର ଦେଇଥିଲେ ପରେ ତାଙ୍କ ପୁଅ ଜଗା ବେହେରା ରେଙ୍ଗାଳି ଥାନାରେ ଅଭିଯୋଗ କରିଥିଲେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପ୍ରାଥମିକ ତଦନ୍ତ ଓ ଜଗାଙ୍କ ଅଭିଯୋଗ ଆଧାରରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଛି । ଅଟକମାନେ ହେଲେ ସେହି ଗ୍ରାମର ମଣି ଧାଙ୍ଗର ଓ କନ୍ଦର୍ପ ଧାଙ୍ଗର । ମୃତକ ଲକ୍ଷ୍ମୀଧର ବେହେରାଙ୍କ ପୁଅ ଜଗାଙ୍କ ଅଭିଯୋଗ ହେଲା ଯେ ,  ଲକ୍ଷ୍ମୀଧର  ଗତକାଲି ମଣି ଘରକୁ ମହୁଲୀ ମଦ ପିଇବାକୁ ଯାଇଥିବା ବେଳେ ୨୦ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ୨ ଭାଇ ମଣି ଓ କନ୍ଦର୍ପ  ଉଭୟ ଲକ୍ଷ୍ମୀଧରକୁ ମାଡ ମାରି ହତ୍ୟା କରିଛନ୍ତି । ତେବେ ତଦନ୍ତ ଚାଲିଛି , ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply