ଜିଲ୍ଲା ପାଇଁ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି

ଜିଲ୍ଲା ପାଇଁ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି

ଅନୁଗୁଳ – ରାଜ୍ୟ ସରକାର ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ ଲାଇନ କାଉନସିଲ ମାଧ୍ୟମରେ ସେମାନଙ୍କ ନିଯୁକ୍ତି ସ୍ଥାନ ଗୁଡିକି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ନିଯୁକ୍ତି ପତ୍ର ଦେଇ ନିଜ ନିଜ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯୋଗ ଦେବା ପାଇଁ କୁହାଯାଇଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲା ପାଇଁ ୨୬ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି । ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୩ ଜଣ, ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୨ଜଣ , ଆଠମଲ୍ଲିକ ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ଜଣେ ଓ ତାଳଚେର ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ସେହିପରି ଜିଲ୍ଲାର ୧୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ପୁରୁଣାଗଡ଼ , କଳମଛୁଇଁ , ସହରଗୁରୁଜଙ୍ଗ , ଗୋପାଳ ପ୍ରସାଦ , ରଜଡଙ୍ଗ , ଜରପଡା , ବଇଣ୍ଡା , ପବିତ୍ରନଗର , ବଜ୍ରକୋଟ , ଯମରଡିହ , ପତାକା , ମରାତିରା , କୁଳୁମା , ବଡ଼ କେରେଜେଙ୍ଗ , ପୁରୁଣାକୋଟ ଓ ପାଇକସାହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ଅନେକ ଦିନ ହେଲା ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟ ଭିତ୍ତି ଭୂମି ଥିବା ସତ୍ତ୍ୱେ ଡାକ୍ତରଙ୍କ ଅଭାବ ଥିଲା ବେଳେ ଏହି ୨୬ ଜଣ ଡାକ୍ତର ନିଯୁକ୍ତି ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଶାର ଆଲୋକ ଆସିଛି । ଖାସ କରି କିଛି ଦୁର୍ଗମ ଅଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ନିଯୁକ୍ତି ମିଳିଥିବାରୁ ବୁଦ୍ଧିଜୀବୀ ଗହଣରେ ଆନନ୍ଦ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତର ମାନଙ୍କୁ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply