ଜ଼ୀଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ

ଅନୁଗୁଳ – ଆଜି ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତିର ଜ଼ୀଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ଗ୍ରାମ୍ୟଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଆଶାକର୍ମୀ , ଅଙ୍ଗନବାଡିକର୍ମୀ ଓ ଗାଁ କଲ୍ୟାଣ ସମିତି ଗୁଡିକ ସାମାଜିକ ଚେତନାର ବାର୍ତ୍ତାବହ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ସେବାରେ କେବଳ ଡାକ୍ତର ଓ ନର୍ସ ଦ୍ୱାରା ପ୍ରଦତ୍ତ ସେବା ସହ ଆଶା ଓ ଅଙ୍ଗନବାଡ଼ିଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱ ରହିଛି। ସମ୍ମାନନୀୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ବୃହତର ସ୍ୱାର୍ଥଦୃଷ୍ଟିରୁ ଆଶାକର୍ମୀ ମାନେ ନିଜକୁ ଜଣେ ଜଣେ ସାମାଜିକ ଯୋଦ୍ଧା ଭାବି ସମାଜର ବହୁମୂଲ୍ୟ ସେବା କରିବାକୁ ସେ ଆହ୍ୱାନ ଜଣାଇଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଆଜି ଅନେକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି ସେ ସମ୍ୱନ୍ଧରେ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ତ୍ରିଲୋଚନ ପ୍ରଧାନ ଯୋଗ ଦେଇ କହିଥିଲେ ଯେ ଆଶାକର୍ମୀମାନେ ଯଥାର୍ଥରେ ସମାଜକୁ ଆଶାର କିରଣ ପ୍ରଦାନ କରୁଛନ୍ତି । ଟୀକାକରଣ ସ୍ଥିତି ଆମ ଜିଲ୍ଲାର ଭଲ ସୁଚାଙ୍କରେ ଥିବାରୁ ଏହାକୁ ଶତ ପ୍ରତିଶତ ସଫଳ ପାଇଁ ନିବେଦନ କରିଥିଲେ । ସେହିପରି ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଆଶାକର୍ମୀ ମାନେ ତୃଣମୂଳ ସ୍ତରରେ ଅଧିକ ପ୍ରଚେଷ୍ଟା ପାଇଁ ଆହ୍ୱାନ କରିଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀର ଉଦ୍ଦେଶ୍ୟ ଓ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଧନଞ୍ଜୟ ବେହେରା,ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡ଼ଃ ବିଶ୍ୱ ବିହାରୀ ମହାନ୍ତି ,ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡ଼ଃ ପୂର୍ଣ୍ଣିମା ଉଦଗାତା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ଆଶା ପରିଚାଳିକା ଶ୍ରୀମତୀ ବିକାଶିନୀ ପରିଡା କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ବ୍ରତୀନ କୁମାର ପ୍ରଧାନ , ସପନ କୁମାର ପାତ୍ର , ଦିନେଶ ଗଡ଼ନାୟକ , ସୂର୍ଯ୍ୟ ପ୍ରତାପ ମାନସିଂହ, ଲୋପାମୁଦ୍ରା ପ୍ରଧାନ , ଡ଼ଃ ସୂର୍ଯ୍ୟ ପ୍ରକାଶ ଦତ୍ତ , ନିରୂପମା ଦାସ, ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଅବସରରେ ଉତ୍ତମ ଗାଁ କଲ୍ୟାଣ ସମିତି,ଏମ ଆଇ ଏସ ଅଭିଯାନ , ସର୍ବୋତ୍ତମ ସ୍ୱାସ୍ଥ୍ୟବ୍ଲକ, ଉତ୍ତମ ବ୍ଲକ,ଜିଲ୍ଲା ସ୍ତରୀୟ ଉତ୍ତମ ଆଶା,ବ୍ଲକ ସ୍ତରୀୟ ଉତ୍ତମ ଆଶା,ଓ କୁଷ୍ଠ ନିରାକରଣରେ ଭଲ କାର୍ଯ୍ୟ ପାଇଁ ଉତ୍ତମ ଅଶାଙ୍କୁ ମାନପତ୍ର ସହ ଆର୍ଥିକ ପ୍ରୋତ୍ସାହନ ଦେଇ ପୁରସ୍କୃତ କରାଯାଇଥିଲା । ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତି ସହ ବିଗତ ବର୍ଷର କାୟାକଳ୍ପ ପାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତା, ବିଭିନ୍ନ ସି.ଏଚ୍.ସି.ର ମେଡିକାଲ୍ ଅଫିସର, ପି.ଏଚ୍.ଇ.ଓ., ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର, ବ୍ଳକ୍ ଆକାଉଂଟ୍ ମ୍ୟାନେଜର, ବି.ଡି.ଏମ୍,ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ସେବା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ କୁଇଜ କାର୍ଯ୍ୟକ୍ରମ ସହ ପ୍ରଦର୍ଶନୀ ମଣ୍ଡପ ମାନ ଖୋଲାଯାଇଥିଲା । ଶେଷରେ ଆଶାକର୍ମୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored