ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ମଲଟି ହସ୍ପିଟାଲର ଭୂମିପୂଜନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଏକ ମଲଟି ହସପିଟାଲର ଭୂମିପୂଜା ଅନୁଷ୍ଠିତ ହୋଇ ଯାଇଅଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷ ସାଲୁ ଜିନ୍ଦଲ ଉପସ୍ଥିତ ରହି ଏହି ହସପିଟାଲ ପାଇଁ ଭୂମିପୂଜା କରିଥିଲେ । ଜିନ୍ଦଲ ଆରୋଗ୍ୟମ ହସପିଟାଲ ନାମରେ ନାମିତ ଏହି ହସପିଟାଲଟି 100 ଶଯ୍ୟା ବିଶିଷ୍ଟ ହେବାକୁ ଥିବା ବେଳେ ଆସନ୍ତା ରଥଯାତ୍ରା ବେଳକୁ ଏହାର ଉଦଘାଟନ କରାଯିବ ବୋଲି ଲକ୍ଷ୍ୟ ରଖା ଯାଇଛି । ତେବେ prevention is better than cure କୁ ପ୍ରାଧାନ୍ୟ ଦେଇ ଉତ୍ତମ ଚିକିତ୍ସା ସହ ସୁସ୍ଥ ଜୀବନ ବିତାଇବାର ପାଠ ମଧ୍ୟ ଏହି ହସପିଟାଲରେ ଦିଆଯିବ ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି । ଏଠାରେ ସମସ୍ତ ପ୍ରକାର ରୋଗର ଚିକିତ୍ସା ବ୍ୟବସ୍ଥା କରାଯିବ । କେବଳ ଆଲୋପାଥିକ ଚିକିତ୍ସା ନୁହେଁ ଵଂର ଆୟୁର୍ବେଦିକ ଓ ନ୍ୟାଚୁରାଲପ୍ୟାଥି ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯିବ । କେବଳ ଯେ କମ୍ପାନୀ କର୍ମଚାରୀ ଏଠାରେ ଚିକିତ୍ସିତ ହେବେ ତା ନୁହେଁ ସବୁ ବର୍ଗର , ସବୁ ସ୍ଥାନର ଲୋକ ଏଠାରେ ଚିକିତ୍ସିତ ହୋଇ ପାରିବେ । ଏହା ସହ ଗରିବ ଲୋକଙ୍କୁ ମାଗଣାରେ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ । ଏଠାରେ ବଡ ବଡ ଅଭିଜ୍ଞ ଡାକ୍ତରଙ୍କ ସହାୟତରେ ସବୁ ପ୍ରକାର ରୋଗର ଚିକିତ୍ସା ସହ ଉନ୍ନତ ମାନର ଚିକିତ୍ସା ଉପକରଣ ମଧ୍ୟ ରହିବ ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଫାଉଣ୍ଡେସନର ଅଧ୍ୟକ୍ଷା ସାଲୁ ଜିନ୍ଦଲ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
10
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored