ଆଞ୍ଚଳିକ ପଣସ ଖାଇବାକୁ ଆସି ହାତୀ ମୃତ Angul OnlineJune 15, 2021June 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦ୍ୱାରା ତାର ବାଡ ଦିଆ ଯାଇଥାଏ । ଗତକାଲି ରାତିରେ ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ ତାର ବାଡ ସମ୍ପର୍ଶରେ ଆସିଥିଲା । ଆଉ ବିଦ୍ୟୁତ ଆଘାତ ଲାଗି ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା । ସ୍ଥାନୀୟ ଲୋକ ମୃତ ହାତୀ ଦେଖି ବନ ବିଭାଗକୁ ସୂଚନା ଦେଇ ଥିଲେ । ତେବେ ସୋଲାର ତାରରେ ଏତେ ଶକ୍ତ ବିଦ୍ୟୁତ କିଭଳି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ଏ ନେଇ ମଧ୍ୟ ତଦନ୍ତ କରୁଛି । Advertisement
ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…
ଲୋକାର୍ପଣ ହେଲା ଆଠ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସଭାଘର ଅନୁଗୁଳ – ବହୁ ପ୍ରତିକ୍ଷିତ ସଭାଘର ଆଜି ଆନୁଷ୍ଠାନିକ ଭାବେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ…