ବିୟର କ୍ୟାନରେ ପଶିଗଲା ଢାମଣା ସାପ

ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଗ୍ରାମରେ । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ଏକ ଢ଼ମଣା ସାପ ଏକ ପରିତ୍ୟକ୍ତ ବିୟର କ୍ୟାନ ଭିତରେ ମୁଣ୍ଡ ଭର୍ତ୍ତି କରି ଛଟପଟ ହେଉଥିଲା । ଉମାକାନ୍ତ ଏହା ଦେଖି ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଳ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଏକ କଇଁଚି ସାହାଯ୍ୟରେ ଯତ୍ନର ସହିତ ବିୟର କ୍ୟାନକୁ କାଟି ବାହାର କରିବା ପରେ ସାପଟି ମୃତ୍ୟୁ ଫାଶରୁ ମୁକୁଳି ଥିଲା । ସୌଭାଗ୍ୟବଶତଃ ସାପଟିର ବେକରେ ଆଘାତ ଲାଗିନଥିଲା । ତେଣୁ ହିମାଂଶୁ ସାଢ଼େ ଏହି ୫ ଫୁଟ ଲମ୍ବର ଢ଼ମଣା ସାପଟିକୁ ଗାଁ ଠାରୁ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored