ଅନୁଗୁଳ ଡାଇରିଆଞ୍ଚଳିକ ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ Angul OnlineJune 24, 2021June 24, 2021 * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ କଙ୍ଗୁଳା ଉଜ୍ଵଳା ଅନୁଷ୍ଠାନରେ ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ ହୋଇଯାଇଛି । ଏଥିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଥିଲା । ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୀତିଜ୍ଞ , ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗୀରଥ , ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ଜଣେ ମୁଖ୍ୟମନ୍ତ୍ରୀ । ଆତ୍ମବିଜ୍ଞାପନ ଠାରୁ ନିଜକୁ ସର୍ବଦା ଦୂରେଇ ରଖିଥିବା ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାକ୍-କୋଭିଡ ଓଡ଼ିଶାରେ ଚାଲିଥିବା ତିନୋଟି ପ୍ରଭାବଶାଳୀ ଆନ୍ଦୋଳନ -ଚାଷୀ ଆନ୍ଦୋଳନ, ନିଶା ଆନ୍ଦୋଳନ ଓ ଭାଷା ଆନ୍ଦୋଳନ-ଅଧିଷ୍ଠାତ୍ରୃଦେବର ଆସନ ଦେଇ ଥାଆନ୍ତି । ତେବେ ଓଡ଼ିଶାର ସାଂସ୍କୃତିକ ଜୀବନକୁ ତାଙ୍କର ଅବଦାନ ପ୍ରାୟତଃ ଆଲୋଚନା ହୋଇନଥାଏ । ଓଡ଼ିଆ ଭାଷାକୁ ସରକାରୀ ଦପ୍ତରୀ ଭାଷା କରିବା ପାଇଁ ପ୍ରଥମେ ୧୯୫୪ ମସିହାରେ ଆଇନ ପ୍ରଣୟନ କରିଥିଲେ ନବକୃଷ୍ଣ । ସେଥିପାଇଁ ସ୍ଵର୍ଗତ ରଙ୍ଗନାଥ ମହାପାତ୍ର ଓଡ଼ିଆ କି ବୋର୍ଡ଼ ତିଆରି କରିଥିଲେ ଓ ରେମିଙ୍ଗଟନ୍ କମ୍ପାନୀ ଟାଇପ ରାଇଟର୍ ତିଆରି କରିଥିଲେ । ବିଧାନସଭାରେ ସେ ଓଡିଆରେ ଭାଷଣ ଦେଉଥିଲେ । ଶାନ୍ତି ନିକେତନରେ ଓଡିଆ ଭାଷା ସାହିତ୍ୟ ବିଭାଗ ଖୋଲିବା ପାଇଁ ତାଙ୍କ ସରକାର ୬୦,୦୦୦ ଟଙ୍କା ଦାନ କରିଥିଲେ । ବିଖ୍ୟାତ ନାଟ୍ୟଗୁରୁ କେଳୁଚରଣଙ୍କୁ ପ୍ରୁଷ୍ଠପୋଷକତା କରିବା ସହିତ ତାଙ୍କ ଗ୍ରାମ ରଘୁରାଜପୁରର ଲୁପ୍ତ ପ୍ରାୟ ଓଡିଶୀ ଚିତ୍ରକଳାକୁ ପୁନର୍ଜୀବନ ଦେବାରେ ଓ ତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଦିଗରେ ନବକୃଷ୍ଣ ଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଆଲୋଚନା ହୋଇଥିଲା । ସମାଜସେବୀ କଲ୍ୟାଣ କିଶୋର ମହାନ୍ତି , ଅଦ୍ୟାଶ୍ଲୋକ ମିଶ୍ର ଅତିଥି ଭାବେ ଯୋଗ ଦେଇ ନବବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସାଥି ଛବିନ୍ଦ ନାୟକ ଅରଟ ରେ ସୂତା କାଟିଥିଲେ । ଉଜ୍ଵଳା ଅନୁଷ୍ଠାନ ର ଲିଶା ନାୟକ ଉପସ୍ଥିତ ଥିବା ବେଳେ ସଭା ଶେଷରେ ସୁକାନ୍ତି ସ୍ୱାଇଁ ଧନ୍ୟବାଦ ଦେଇଥିଲେ । Advertisement
ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ ଅନୁଗୁଳ – ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ , ସର୍ବୋଦୟ ନେତା , ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…
ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ – ପାତ୍ରପଡାର ମା’ବାୟାଣୀ ପୀଠ ଅନୁଗୋଳ – ଆଉ ମାତ୍ର କିଛି ଦିନ ପରେ ନବବର୍ଷ । ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନବବର୍ଷ ପାଳନ ପାଇଁ ଲୋକେ ଏବେଠାରୁ ପ୍ରସ୍ତୁତ…