ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା । ଆଉ ତାଙ୍କର ସେହି ଦୁର୍ବଳତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି । ତେବେ ସ୍ବିଡେନର ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବା ବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିବା ପରେ ସେ ମହନନ୍ଦିଆଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ । ତେବେ ସେତେବେଳେ ଆର୍ଥିକ ଅନାଟନ ଭିତରେ ଥିବା ମହାନନ୍ଦିଆ ୧୯୭୭ ମସିହାରେ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରି ଏକ ସାଇକେଲ କିଣିଥିଲେ । ଆଉ ସେହି ସାଇକେଲେରେ ସ୍ଵିଡେନ ଯାତ୍ରା କରି ସେଠାରେ ଚାରଲୋଟଙ୍କୁ ବିବାହ କରିଥିଲେ । ଦୀର୍ଘ ୫ମାସ କାଳ ସାଇକେଲ ଚଳାଇ ସେ ସ୍ବିଡେନରେ ପହଞ୍ଚି ନିଜ ପ୍ରେମିକାଙ୍କ ପାଖକୁ ଯିବା ଘଟଣା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ତେବେ ଆଜି ସେହି ପି.କେ. ମହାନନ୍ଦିଆ ସ୍ଵିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored