ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଓ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ଶଙ୍କର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏହି କ୍ରିକେଟ ଏକାଡେମୀକୁ ଉନ୍ମଚୋନ କରିଥିଲେ । ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ପ୍ରଚେଷ୍ଟା ଏବଂ ସଂଘର ସମସ୍ତ ସଦସ୍ୟଙ୍କ ସହଯୋଗ ବଳରେ କଦମ ପଡିଆର ଏହି କାର୍ଯ୍ୟକ୍ରମ ଏକ ବାସ୍ତବ ଚିତ୍ରରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଧାନ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବା ଦ୍ଵାରା ଅନୁଗୁଳ ଜିଲ୍ଲାରେ ଲୁକାୟିତ ହୋଇ ରହିଥିବା ବହୁ ପ୍ରତିବାଭାନ ଖେଳାଳିଙ୍କ ପ୍ରତିଭାର ବିକଶିତ ହେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଜିଲ୍ଲା କ୍ରିକେଟ ଖେଳର ଉତ୍ସବ ମୁଖରିତ ହୋଇ ଉଠିବ ଓ ବହୁ ଖେଳାଳି ନିଜ ପ୍ରତିଭାର ପରିଚୟ ଦେବା ସହିତ ରାଜ୍ୟସ୍ତରୀୟ ଖେଳାଳି ଭାବେ ନିଜକୁ ପରିଚିତ କରାଇପାରିବେ । ଫଳରେ ଆଗାମୀ ଦିନରେ ନିଜର କ୍ରିକେଟ ଭବିଷ୍ୟତକୁ ଆଗକୁ ନେବା ପାଇଁ ବଦ୍ଧପରିକର ହେବେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ଉପ-ସଭାପତି ଶ୍ରୀ ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷ୍ପାଳକ, ଯୁଗ୍ମ-ସମ୍ପାଦକ ଶ୍ରୀ ଗଙ୍ଗାଧର ପଟ୍ଟନାୟକ ଓ ଶ୍ରୀ ସତ୍ୟେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀର ସାମନ୍ତ ଓ କାର୍ଯ୍ୟକରି କମିଟର ଶ୍ରୀ ଏସ॰କେ॰ ରଫିକ, ଶ୍ରୀ ଶିବ ରାଉତ, ଶ୍ରୀ ସମରେନ୍ଦ୍ର ମିଶ୍ର ,ଶ୍ରୀ ମାୟାଧର ମିଶ୍ର, ଶ୍ରୀ ବିରେନ ସାମଲ, ଶ୍ରୀ ତାପସ ମହାନ୍ତି, ଶ୍ରୀ ସୂର୍ଯ୍ୟ ରାଉତଙ୍କ ସମେତ ଶ୍ରୀ ସମରେନ୍ଦ୍ର ସ୍ଵାଇଁ, ଶ୍ରୀ ତ୍ରିନାଥ ସାମନ୍ତ, ଶ୍ରୀ ବିଷ୍ଣୁ ଚରଣ ଦାସ, ଶ୍ରୀ ପୀତବାସ ସାହୁ, ଶ୍ରୀ ଦିଲ୍ଲୀପ ଧୀରସାମନ୍ତ, ଶ୍ରୀ ପ୍ରଶାନ୍ତ ସିହ୍ନାଙ୍କ ସମେତ ଜିଲ୍ଲାରୁ କ୍ରିକେଟରେ ପ୍ରତିନିଧିତ୍ଵ କରିଥିବା ବହୁ ପୁରାତନ ଓ ନୂତନ ଖେଳାଳି ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
+1
+1