ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ

ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି ଗିରଫ ଦୁଇଜଣ ଗିରିଧିବାସିଆ ଗାଁର ଦୁଇ ନାବାଳକ ବୋଲି ପୁଲିସ ସୂଚନା ଦେଇଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟା କରା ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସବୁଦିନ ଭଳି ଗାଁ ନିକଟ ନାଳକୁ ଶନିବାର ଗାଧେଇବାକୁ ଯାଇଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରା ଯାଇଥିଲା । ପରିବାର ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ବଅଁରପାଳ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୁଲିସ ୨ଜଣ ନାବାଳକଙ୍କୁ ଅଟକ ରଖିଥିଲା । ତେବେ ସେହି ନାବାଳକ ଦୁଇଜଣ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟାକାଣ୍ଡ କରିଥିବା ପୁଲିସ ସୂଚନା ଦେଇଛି । ଉଭୟ ନାବାଳକ ଅଧିକାଂଶ ଦିନ ନାଳ ନିକଟରେ ବସି ଗୁଲିଖଟି କରିଥାନ୍ତି । ଆଉ ସେହିଠାରେ ବସିବା ସମୟରେ ହିଁ କଲେଜ ଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖି ଆସୁଥିଲେ । ଆଉ ଶନିବାର ଛାତ୍ରୀ ଜଣଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ଉଦ୍ୟେଶରେ ଏଭଳି କାଣ୍ଡ କରିଥିବା ଜଣା ପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି  ।  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply