ମୁଖ୍ୟ ଖବର ପାଉଁରୁଟି ଫ୍ୟାକ୍ଟେରି ଉପରେ ଚଢାଉ – ଅସ୍ଵାସ୍ଥ୍ୟକର ପରିବେଶରେ ଚାଲିଥିଲା ପାଉଁରୁଟି ତିଆରି Angul OnlineJuly 29, 2021July 29, 2021 ଅନୁଗୁଳ – ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଏକ ବେକରି ଫ୍ୟାକ୍ଟେରି ଉପରେ ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସର ଚଢ଼ାଉ କରିଥିଲା । ଖାଦ୍ୟ ସାମଗ୍ରୀ ପ୍ୟାକେଟ ଉପରେ କୌଣସି ଅବଧି ନଥିବା ଓ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଖାଦ୍ୟ ସାମଗ୍ରୀ ତିଆରି ଅଭିଯୋଗରେ ଏହି ଚଢ଼ାଉ କରା ଯାଇଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପକ୍ଷରୁ ଆଜି ଅନୁଗୁଳ ବଜାରର ବିଭିନ୍ନ ଦୋକାନ ଯାଞ୍ଚ କରା ଯାଉଥିଲା । ଏହି ଯାଞ୍ଚ ବେଳେ ସିଲଗାର ଫୁଡ଼ ପ୍ରଡକ୍ଟ (ସ୍ବିସ୍) ନାମକ ଏକ କମ୍ପାନୀର ବେକରି ପ୍ରଡକ୍ଟ ଗୁଡିକର ପ୍ୟାକେଟରେ ତିଆରି କିମ୍ବା ଏକ୍ସପାରି ତାରିଖ ନଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଜନସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପକ୍ଷରୁ ସିଧାସଳଖ ଫ୍ୟାକ୍ଟେରି ଉପରେ ଚଢ଼ାଉ କରିଥିଲେ । ଆଉ ଚଢ଼ାଉ ବେଳେ ଏକ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଫୁଡ଼ ପ୍ରଡକ୍ଟ ତିଆରି ଚାଲୁଥିବା ଦେଖିବାକୁ ମିଳିଥିଲା । ତଳେ ବିଭିନ୍ନ ଖାଦ୍ୟ ସାମଗ୍ରୀ ରଖା ଯିବା ସହ ବିନା ଗ୍ଲୋଭସରେ ପାଉଁରୁଟି , ବିସ୍କୁଟ ଆଦି ତିଆରି ଚାଲିଥିଲା । ଏପରିକି କର୍ମଚାରୀ ମାନେ ଲୁଙ୍ଗି , ପୁଛା ପିନ୍ଧି ଖାଦ୍ୟ ତିଆରି କରୁଥିବା ଦେଖିବାକୁ ମିଳିଥିଲା । ଏହି ସବୁ ଫ୍ୟାକ୍ଟେରିରେ ଏକ ସ୍ଵତନ୍ତ୍ର ପ୍ରକାର ପୋଷାକ ପିନ୍ଧି କାମ କରିବାର ନିୟମ ରହିଛି । କିନ୍ତୁ ଏହାର ବ୍ୟତିକ୍ରମ ଏଠାରେ ଦେଖିବାକୁ ମିଳିଥିଲା । ଫ୍ୟାକ୍ଟ୍ରିରେ କର୍ମଚାରୀମାନେ ମାକ୍ସ ଏବଂ ହାଣ୍ଡ ଗ୍ଲୋବ୍ସ ବ୍ୟବହାର କରି ନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଯେଉଁ ଭଳି ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଏହି ଫ୍ୟାକ୍ଟେରିରେ ବେକରି ତିଆରି ଚାଲିଥିଲା ତାହା ନ ଦେଖିଲେ ବିଶ୍ଵାସ କରି ହେବ ନାହିଁ । କର୍ମଚାରୀମାନେ ପ୍ୟାକେଟ୍ ସିଲ କରୁଥିବା ସମୟରେ ଗୁଟୁଖା ଖାଇ ସିଲ କରୁଥିବା ବେଳେ ଯେଉଁ ସ୍ଥାନରେ କଞ୍ଚାମାଲ ରଖା ଯାଉଛି ସେହି ସ୍ଥାନଟି ସମ୍ପୁର୍ଣ୍ଣ ଦୃଷିତ ପରିବେଶରେ ଭିତରେ ରହୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ସମସ୍ତ ଅବ୍ୟବସ୍ଥା ହେଉଥିବା ଦେଖି ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରା ଏବଂ ଏଫ୍ଏସ୍ଓ ହରପ୍ରିୟା ବେହେରା ଉକ୍ତ ସ୍ବିସ୍ ଫ୍ୟାକ୍ଟ୍ରିକୁ ପାଞ୍ଚ ସହ ଟଙ୍କା ଜରିମାନା କରିଥିବା ବେଳେ ସୋମବାର ସୁଦ୍ଧା ପରିସ୍ଥିତିରେ ସୁଧାର ଆଣିବାକୁ ତାଗିଦ କରା ଯାଇଛି । ଏଥିରେ ଖିଲାପ ହେଲେ ସୋମବାର ଦିନ କମ୍ପାନୀ ନାମରେ ମାମଲା ରୁଜ୍ଜୁ କରା ଯିବ ବୋଲି ଜିଲ୍ଲା ଜଣ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରା କହିଛନ୍ତି । Advertisement
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ…
ଅଧ୍ୟାପକ ଜାଲିଆତି କରିଥିବା ସ୍ପଷ୍ଟ – ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ପ୍ରକାର…
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…